ଭୁବନେଶ୍ୱର – ୟେସ୍ ବ୍ୟାଙ୍କ ସଙ୍କଟ ଖବର ପରେ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିର ପ୍ରଶାସନର କୋଟି କୋଟି ଟଙ୍କା ବୁଡି ଯିବା ନେଇ ସୃଷ୍ଟି ହୋଇଛି ସନ୍ଦେହ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ ପ୍ରଶ୍ନ କରିଛନ୍ତି ଯେ ଶ୍ରୀମନ୍ଦିର ଟଙ୍କା ଜାତୀୟ ବ୍ୟାଙ୍କରେ ନ ରଖି ଘରୋଇ ବ୍ୟାଙ୍କରେ କାହିଁକି ରଖିଲ? ଏହା ପଛରେ ଉଦ୍ଦେଶ୍ୟ କଣ? ଏହି ମାମଲାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ମହାପ୍ରଭୁଙ୍କ ଟଙ୍କାକୁ ଏମିତି ହେରଫେର କଲେ ଅ ।ନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ ଏହା ନିଶ୍ଚିତ ଭାବେ ଏକ ଭୁଲ ପଦକ୍ଷେପ ଥିଲା । ଆରବିଆଇ ସହ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଭାବେ ଆଲୋଚନା କରନ୍ତୁ, ମହାପ୍ରଭୁଙ୍କ ଟଙ୍କା କିପରି ଉଠାଣ ହେବ ସେନେଇ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।