ନବରଙ୍ଗପୁର /ଭୁବନେଶ୍ୱର – ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗଣେଶ୍ୱର କହଁରଙ୍କ ଘରେ ଏହି ଚଢାଉ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।
ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁରରେ ଥିବା ଗଣେଶ୍ୱରଙ୍କ ଭଡ଼ା ଘର ସହ ତାଙ୍କର ସରକାରୀ କାର୍ଯାଳୟ ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଉଛି । ଚଢାଉ ସରିବା ପରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣା ପଡିଛି ।
ଉଲ୍ଲେଖନୀୟ ଯେ ଗତ ୨୧ ତାରିଖରେ ଆରଟିଓ ଗଣେଶ୍ୱରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଟଙ୍କା ଫେରାଇବା କଥା କହୁଥିଲେ । ସେ ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଥିଲେ ।