
ଭୁବନେଶ୍ୱର – ଘରୋଇ ୟେସ୍ ବ୍ୟାଙ୍କ୍ ଉପରେ ଆରବିଆଇ କଟକଣା ଜାରୀ କରିବା ପରେ ଏଥିରେ ଥିବା ଶ୍ରୀମନ୍ଦିରର ଜମା ଟଙ୍କାକୁ ନେଇ ସନ୍ଦେସହ ଦେଖା ଦେଇଛି । ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିଛି । ୟେସ୍ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଥିବା ଟଙ୍କା ପ୍ରତି ବିପଦ ନାହିଁ, ୨ଟି ଡିପୋଜିଟର ମାଚ୍ୟୁରିଟି ମାର୍ଚ୍ଚ ୧୬ ଓ ୨୯ରେ ପୂରିବ ।ଏହାପରେ ଜାତୀୟକରଣ ବ୍ୟାଙ୍କରେ ଡିପୋଜିଟର ବ୍ୟବସ୍ଥା ହେଉଛି ବୋଲି ମନ୍ତ୍ରୀ କହିଛନ୍ତିି ।
ଉଲ୍ଲେଖନୀୟ ଯେ ଏହି ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ୫୯୨ କୋଟି ଟଙ୍କା ଜମା ରଖିଥିଲା । ଚଳିତ ମାସ ୧୬ ଓ ୨୯ରେ ମାଚ୍ୟୋର ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ପରିଚାଳନାରେ ହସ୍ତକ୍ଷେପ କରି ଜଣେ ଗ୍ରାହକ ମାସକୁ କେବଳ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି କଟକଣା ଜାରି କରିଛି ।
ଏବେ ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡ ରିଜର୍ଭ ବ୍ୟାଙ୍କ ହାତକୁ ଚାଲିଯାଇଛି । ବ୍ୟାଙ୍କ ଋଣ ଆକାରରେ ପ୍ରଦାନ କରିଥିବା କୋଟି କୋଟି ଟଙ୍କା ବୁଡି ଯାଇଥିବାରୁ ଏପରି ସ୍ଥିତି ଦେଖା ଦେଇଛି । ରେଟିଂ ଏଜେନ୍ସି ଗୁଡିକ ଏହାର ରେଟିଂ ମଧ୍ୟ କମ୍ କରିଦେଇଛନ୍ତି । ଲଗାତର ଭାବେ ବ୍ୟାଙ୍କର ଅର୍ଥରାଶି ବାହାରକୁ ଚାଲିଯାଉଥିବାରୁ ବ୍ୟାଙ୍କ୍ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା କୁହାଯାଇଛି । ସେପଟେ ୟେସ ବ୍ୟାଙ୍କ ଏନେଇ ସ୍ପଷ୍ଟୀକରଣ ରଖିଛି ୟବ୍ୟାଙ୍କରେ ସମସ୍ତଙ୍କ ଜମା ଟଙ୍କା ସୁରକ୍ଷିତ ରହିଛି । ବ୍ୟାଙ୍କର ସଂକଟ ସ୍ଥିତି ଦେଖି ଆରବିଆଇ ସଠିକ ନିଷ୍ପତି ନେଇ । କୌଣସି ଅପପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।