ସମ୍ବଲପୁର– ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି । ଝାରସୁଗୁଡ଼ା ସହରର ଗୁଜରାଟିପଡ଼ାରେ ଜିତେନ୍ଦ୍ର ରହୁଥିବା ଭଡ଼ା ଘର ସହ କୁଚିଣ୍ଡା ସ୍ଥିତ ଏନଏସି ଅଫିସ, ସମ୍ବଲପୁରରେ ଥିବା ତାଙ୍କର ଏକ କୋଠା ଏବଂ ଅନ୍ୟ ୩ଟି ସ୍ଥାନରେ ଚଢ଼ଉ ହୋଇଥିଲା । ଭିଜିଲାନ୍ସର ୬ଟି ଟିମ୍ ଏକ ସଙ୍ଗେ ଏସବୁ ସ୍ଥାନରେ ଚଢ଼ଉ କରିଥିଲେ । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୬ଟି ସ୍ଥାନରେ ଚଢ଼ଉ ଜାରୀ ରହିଥିବା ସୂଚନା ମିଳିଛି ।
Related Stories
January 1, 2025
January 1, 2025