ଭୁବନେଶ୍ୱର – କରୋନା ଆକ୍ରାନ୍ତ ମାନଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ମିଳିବ । ସେହିପରି ଭୁବନେଶ୍ୱରର ଆରଏମଆରସି ଠାରେ କରୋନା ଭୂତାଣୁ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ନିକୁଂଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
କରୋନା ଭାଇରସ୍ ମୁକାବିଲା ନେଇ ଶୁକ୍ରବାର ଅପରାହ୍ନରେ ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ମୁକାବିଲା ନେଇ ଆଲୋଚନା କରାଯାଇଥିଲା । ବୈଠକ ପରେ ସଚିବ ଶ୍ରୀ ଧଳ କହିଛନ୍ତି ଯେ କରୋନା ଭାଇରସ୍ କୁ ନେଇ ଆତଙ୍କକିତ ନହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସୁସ୍ଥ ବ୍ୟକ୍ତି ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ । କେବଳ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବେ ବୋଲି ସେ କହିଛନ୍ତି ।