
ଭୁବନେଶ୍ୱର – ଆସନ୍ତାକାଲି (ଶନିବାର) ଦିନ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତିମାନଙ୍କୁ ନେଇ ଲୋକସେବା ଭବନସ୍ଥିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ମିଳନୀ କକ୍ଷ ଠାରେ ଏହି ସମ୍ମିଳନୀ ହେବ । ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟ , ରମାଦେବୀ, ରେଭେନ୍ସା, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ,ଫକୀରମୋହନ ବିଶ୍ୱ ବିଦ୍ୟାଳୟ , ଉତର ଓଡିଶା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ , ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ମାନେ ଯୋଗ ଦେବେ ।
ସମ୍ମିଳନୀରେ ଯୋଗ ଦେବା ନେଇ ପୂର୍ବରୁ ଉଚ୍ଚଶିକ୍ଷା ସଚିବ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଏଥିସହ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ନିଯୁକ୍ତି , ପରୀକ୍ଷା ପରିଚାଳନା, ଫଳ ପ୍ରକାଶ ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଏବଂ ନାକ୍ ଓ ଏନଆଇଆରଏଫ୍ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହେବା ନେଇ ଚିଠିରେ ଉଲ୍ଲେଖ କରାଯାଇଥିଲା ।