ସାନଖେମୁଣ୍ଡି: ସାନଖେମୁଣ୍ଡି ଆଇ ସି ଡି ଏସ ପ୍ରକଳ୍ପରେ ଲାଗିରହିଥିବା ଚିରାଚରିତରେ ଆଇନ କାର୍ଯ୍ୟଧାରା ବ୍ଲକ ଅଞ୍ଚଳର ପ୍ରମୁଖ ସମସ୍ୟା ହୋଇଥିଲେ ମଧ୍ୟ ବୁଦ୍ଧିଜୀବୀ ଜନନେତା ଓ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନେ ନଜରକୁ ନ ଆଣିବା ପରିତାପର ବିଷୟ ହୋଇଅଛି ।ପୂର୍ବ ସମୟରେ ଏହି ପ୍ରକଳ୍ପର ସି ଡି ପି ଓ ଙ୍କ କୁ କାର୍ଯ୍ୟକଳାପ ଦ୍ଵାରା କଳୁଷିତ ହୋଇଥିଲେ ମଧ୍ୟ ତାଙ୍କୁ ସରକାର ପଦୋନ୍ନତି ଦେଇ ସ୍ଥାନାନ୍ତର କରିଥିଲେ ।ପରନ୍ତୁ ପ୍ରକଳ୍ପର ବିକାଶ ଅଧୋଗତିକୁ ସଜାଡିବାକୁ ମନ ଦେଉନଥିବା ଦେଖା ଯାଇଅଛି ।ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ଦବଦବାକୁ ପ୍ରକଳ୍ପରେ ଜାହିର କରିବାକୁ ଯାଇ ଅସାଧୁ କର୍ମୀଙ୍କୁ ସହାୟତା କରୁଥିବା ବେଳେ କର୍ମଠ କର୍ମୀଙ୍କୁ ହିନମନ୍ୟତାର ଶିକାର କରାଯାଇଥିବାର ଦୃଷ୍ଟାନ୍ତ ରହିଅଛି କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପ ରେଟର ପ୍ରକଳ୍ପର କ୍ରାଇସିସ୍ ମେନେଜ୍ ମେଣ୍ଟ ଅଫିସର ଭାବେ ନିଜକୁ ଉପସ୍ଥାପନା କରୁଥିବା ବେଳେ ଚାନ୍ଦା ,ପାଣ୍ଠି ,ଲାଞ୍ଚ,କୋଉ କର୍ମୀଙ୍କ ବିରୁଦ୍ଧରେ କୋଉ ପ୍ରକାର ହଇରାଣ ପାଇଁ କୋଉ ପ୍ରକାର ଅଭିଯୋଗର ଆବଶ୍ୟକତା ଯୋଗାଡ଼ ଯନ୍ତ୍ରରେ କାମ କରୁଥିବା ଦେଖିବାକୁ ମିଳିଅଛି ।ନିର୍ଦ୍ଧିଷ୍ଟ କର୍ମୀ ଗୋଷ୍ଟିଙ୍କୁ ସହାୟତା କରିବାକୁ ଯାଇ ଅନ୍ୟ କର୍ମୀଙ୍କ ସର୍ବନାଶ କରୁଥିବା ଏହି ଆଇ ସି ଡି ଏସ ସାନଖେମୁଣ୍ଡି ର ମହା ମାନବ ଅଞ୍ଚଳ ଶନି ରାହୁ କେତୁ ଆଦି ବାହୁବଳୀ ଆଞ୍ଚଳିକ ଗ୍ରହଙ୍କ ଦ୍ଵାରା କିଚକ ବଳରେ ବିରାଟ ରାଜା ର ଭୂମିକାରେ ଥିବା ଦେଖିବାକୁ ମିଳୁଛି ।ସବୁ ଅବୈଧ ସାନଖେମୁଣ୍ଡି ଆଇ ସି ଡି ଏସ ରେ ବୈଧ ନ୍ୟାୟରେ ଜନୈକ କର୍ମୀଙ୍କୁ କାର୍ଯ୍ୟନ୍ତର କରାଇବାରେ ପ୍ରମୁଖ ଭୂମିକା ନିଭେଇଥିବା ଏହି ଆଦର୍ଶ ବ୍ୟକ୍ତିତ୍ଵ ଅଧିକାରୀଙ୍କ ସରଳତାର ସୁଯୋଗ ନେଇ ବହୁ ବେ ନିୟମ କାମ ନିଜ ଦ୍ଵାରା କରାଇ ଭଲ ମୁନାଫା ରେ ଥିବା ଆଲୋଚନାରୁ ପ୍ରକାଶ ପାଇଛି।
ଦୀର୍ଘଦିନ ଧରି ଭାଲ୍ୟାଝୋଳା ଗ୍ରାମ ହିତାଧିକାରୀ ଓ ଅଙ୍ଗନୱାଡ଼ି କର୍ମୀ ବିବାଦରେ କର୍ମୀଙ୍କୁ ସହାୟତା କରି ୱାର୍ଡ ସଭ୍ୟଙ୍କୁ ଥାନାରେ ଭର୍ତି କରିବା , ମହା ନଳା କେନ୍ଦ୍ର -୨ କର୍ମୀଙ୍କୁ ସହାୟତା କରିବାକୁ ଯାଇ ଅନ୍ୟ କେନ୍ଦ୍ର -୧ କର୍ମୀଙ୍କ କେନ୍ଦ୍ର କୋଠା ପରିବର୍ତ୍ତନ ସହ କାର୍ଯ୍ୟରୁ ବହିସ୍କାର କରାଇବା , ଗୌତମୀ ର ଜଣେ କର୍ମୀଙ୍କୁ ବହିସ୍କାର କରିବାରେ ପ୍ରମୁଖ ଭୂମିକାରେ ଥିବା ଜଣାଯାଇଅଛି । ଅନ୍ୟ କ୍ରମରେ ବିବାଦୀୟ ସ୍ଥିତିରେ ଥିବା ଭାଲ୍ୟାଝୋଳା କେନ୍ଦ୍ର ଛତୁଆ ବଣ୍ଟନ ଦୁର୍ନୀତି ମାମଲାରେ ତଦନ୍ତ ତଥା ପରିଦର୍ଶନରେ ଆସିଥିବା ଜିଲ୍ଲା ଅଧିକାରୀଙ୍କ ସମ୍ମୁଖରେ କର୍ମୀଙ୍କୁ ସହାୟତା କରିବାକୁ ଯାଇ ଅଫିସ ଡି ଇ ଓ ରୁ ତଦନ୍ତକାରୀ ଅଧିକାରୀ ବନିଯିବା ବିଭାଗୀୟ ଅପାରଗତାକୁ ଦୃଷ୍ଟି ଆକର୍ଷିତ କରୁଅଛି ।
ସୋସିଆଲ ମିଡିଆରେ ଏ ସମ୍ୱନ୍ଧୀୟ କିଛି ଭିଡିଓ ଭାଇ ରାଲ୍ ହେବା ପରେ ଭିଡ଼ିଓରେ ଥିବା ଅଡିଓ କାହାର ଏହା ମଧ୍ୟ ଅନୁଧ୍ୟାନ ଯୋଗ୍ୟ ଅଟେ ।
ରିପୋର୍ଟ: ବ୍ରହ୍ମପୁର ବିରୋ