ଭୁବନେଶ୍ୱର– ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ରୋଗ କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି । ଓଡ଼ିଶାରେ ଯେ କୌଣସି ଉପôାଦର ଉପôାଦନର ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି ବୋଲି ଭୁବନେଶ୍ୱରଠାରେ ୧୬ତମ ଏଂଟରପ୍ରେନିୟସ ସପ୍ତାହ ଉଦ୍ଘାଟନ କରି ଏମଏସଏମଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ସେ ରିତେଶ ଅଗ୍ରୱାଲ ଏବଂ ଓମ୍ ମହାନ୍ତିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ୨୦୩୦ ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ୩ ବି୍ରଲିିୟନ୍ ଡଲାରରେ ପହଂଚାଇବା କୌଣସି ଅସୁବିଧା ନାହିଁ, ଏଥିପାଇଁ ଆମର ମାନସିକତା ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ତିଥବରେ ଏହି କାର୍ଯ୍ୟକ୍ରମ ଆୟୋଜନ ଅଧିକ ଗୁରୁତ୍ୱ ବହନ କରୁଥିବା ଦର୍ଶାଇ ନୂତନ ଓଡ଼ିଶା ଗଠନରେ ସେହି ମହାନ ନେତାଙ୍କ ଭୂମିକାକୁ ସ୍ମରଣ କରିଥିଲେ ।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ରାଜ୍ୟ ବହୁ ଉଦ୍ୟୋଗଙ୍କ ସମେତ ଖାଦ୍ୟ ପ୍ରକ୍ରିୟାକରଣ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ହ୍ୟାଣ୍ଡଲୁମ୍ ଓ ଟେକ୍ସଟାଇଲ୍, କୟର ବୋଡର଼୍ ପ୍ରଭୃତିର ପ୍ରତିନିଧିଗଣ ଯୋଗଦେଇଥିଲେ । ଏହା ୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ବିଭାଗର କାର୍ଯ୍ୟକ୍ରମର ସୂଚନା ଦେଇ ଏହି କ୍ଷେତ୍ରରେ ଲୋକଙ୍କ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରୁନଥିବା ଦୃଷ୍ଟିକୋଣରୁ ସରକାର ଏହାକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିବା ସେ ଦର୍ଶାଇଥିଲେ । ନିକଟରେ ବିଭାଗ ସର୍ବୋକ୍ରୃଷ୍ଟ ପ୍ରଦର୍ଶନ ଯୋଗୁଁ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସେ ସୂଚନା ଦେଇଥିଲେ । ସେ ଏ କ୍ଷେତ୍ରରେ ନିବେଶକ ତଥା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁସବୁ ସମସ୍ୟା ରହିଛି ତାକୁ ସମାଧାନ କରିବା ପାଇଁ ବିଭାଗ ଯତ୍ନବାନ ଥିବା ପ୍ରକାଶ କରିଥିଲେ । ବର୍ତମାନ ଆଗ ତୁନଳରେ ପଂଜୀକରଣ, ବ୍ୟାଙ୍କ ଋଣ ଯୋଗାଣ ପ୍ରଭୃତି ଅତି ସହଜରେ ହୋଇପାରୁଛି ବୋଲି ସେ କହିଥିଲେ ।
ଇପିଏମ୍ ନିଦେ୍ର୍ଧଶକ ଏସ.କେ. ଜେନା ବିଭାଗ ତରଫରୁ ଏହି ସପ୍ତାହ ପାଳନର ଉଦେ୍ଧଶ୍ୟ ସମ୍ପର୍କରେ ଅବଗତ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ଏମଏସଏମଇ ଇଣ୍ଡିଆର ନିଦେ୍ର୍ଧଶକ ଡ. ଏସ.କେ. ସାହୁ ବର୍ତମାନ ରାଜ୍ୟରେ ୪ ଲକ୍ଷ ୩୧ ହଜାର ଏମଏସଏମଇ ପଞ୍ଜୀକୃତ ହୋଇଥିବା ଦର୍ଶାଇ ଓଡ଼ିଶା କିପରି ବର୍ତମାନ ନିବେଶକ ମାନଙ୍କ ନିମନ୍ତେ ଏକ ସର୍ବୋତମ ପସନ୍ଦଯୋଗ୍ୟ ରାଜ୍ୟ ହୋଇପାରିଛି ସେ ସମ୍ପର୍କରେ ସେ ତଥ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟରେ ଏମଏସଏମଇ କ୍ଷେତ୍ରକୁ ବଂଚାଇ ରଖିବାକୁ ଏବଂ ସମୃଦ୍ଧ କରିବାକୁ ହେଲେ କ୍ଲଷ୍ଟର ସୃଷ୍ଟି କରିବାକୁ ହେବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ମଂଚାସୀନ ଓଡ଼ଇଶା ରାଜ୍ୟ ଅର୍ଥ ନିଗମର ପରିଚାଳନା ନିଦେ୍ର୍ଧଶକ ପି.କେ. ଜେନା ଏମଏସଏମଇ ପାଇଁ ନିଗମ ଦାୟିତ୍ୱ ଏବଂ ତାର ପରିଚାଳନା ସମ୍ପର୍କରେ ଅବଗତ କରିଥିଲେ । ପରେ ଓଡ଼ିଶା ଇଣ୍ଡଷ୍ଟ୍ରିଜ୍ ଫେଡେରେସନର ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ଓଡ଼ିଶା ହିଁ ସମଗ୍ର ଭାରତ ବର୍ଷରେ ଗୋଟିଏ ରାଜ୍ୟ ଯିଏ କି ଏଂଟରପ୍ରେନିୟର୍ସ ସପ୍ତାହ ପାଳନ କରୁଥିବା ଏବଂ ସେ କେଉଁ ପରିପ୍ରେକ୍ଷୀରେ ଶିଳ୍ପ ବିଭାଗରୁ ଏମଏସଏମକୁ ପୃଥକ କରି ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇଥିଲା, ତାହା ବର୍ଣ୍ଣନା କରିଥିଲେ । ଏଥି ସହିତ ବିଭାଗରେ ରହିଥିବା କାର୍ଯ୍ୟ ନିିମନ୍ତେ ଦୂର ଦୂରନ୍ତରୁ ଆସୁଥବବା ଏଂଟରପ୍ରେନିୟରମାନେ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ ଏକ ନିର୍ଦ୍ଧିଷ୍ଟ ଦିବସ ଧାର୍ଯ୍ୟ କରି ଜଣାଇଲେ ସମସ୍ତେ ଲାଭବାନ ହୁଅନ୍ତେ ବୋଲି ସଚିବଙ୍କୁ ଅନୁରେଧ କରିଥିଲେ । ତା ଛଡ଼ା ରାଜ୍ୟସ୍ତରୀୟ ବ୍ୟାଙ୍କ ସଂଯୋଜନା କମିଟି ସୃଷ୍ଟି କରି ବ୍ୟାଙ୍କ ଏବଂ ଏଂଟରପ୍ରେନିୟରମାନଙ୍କ ସମନ୍ୱୟ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ସେହିପରି ରୁଗ୍ଣ ଶିଳ୍ପସଂସ୍ଥା ଗୁଡ଼ଇକର ପୁନରୁଦ୍ଧାର ନିମନ୍ତେ ପ୍ରୟାସ ପାଇଁ ଯୋଜନା କରିବାକୁ ଅନୁରୋଧ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୌରୀଶଙ୍କର ଦାସ, ମିହିର କାନୁନ୍ଗୋ କହିଥିବା ବେଳେ ନିଦେ୍ର୍ଧଶକ ସରୋଜ କୁମାର ହୋତା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଶିଳ୍ପ ନିଦେ୍ର୍ଧଶକ ମୀନା ବେହେରା, ପ୍ରଚାର ସଂଗଠକ ତଥା ଉପନିଦେ୍ର୍ଧଶକ ମୀନକେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।