ନୂଆଦିଲ୍ଲୀ ଦିଲ୍ଲୀ ହିଂସା ତଥା ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିର ହୁସେନର ଜାମିନ ଆବେଦନକୁ ଗୁରୁବାର ଦିନ ଦିଲ୍ଲୀର କଡକଡଡୁମା କୋର୍ଟର ଜିଲ୍ଲା ତଥା ସେଶନ୍ସ ବିଚାରପତି ସୁଧୀର କୁମାର ଜୈନ ଖାରଜ କରି ଦେଇଛନ୍ତି । ତାହିର ହୁସେନ୍ ପକ୍ଷରୁ ମାମଲାରେ ପକ୍ଷ ରଖିବାକୁ କୋର୍ଟରେ କେହି ଆସି ନଥିବାରୁ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।
ଆଜି ଏହି ମାମଲାର ଶୁଣାଣି ସମୟରେ କୋର୍ଟ ତାହିର ହୁସେନ୍ଙ୍କ ମାମଲାକୁ ଦୁଇଥର ଦୁଇଥର ଡାକିଥିଲେ କିନ୍ତୁ ତାହିର ହୁସେନ୍ଙ୍କ ପକ୍ଷରୁ କେହି କୋର୍ଟରେ ହାଜର ହୋଇନଥିଲେ। ଏହା ପରେ କୋର୍ଟ ତିନିଟା ବେଳେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ତିନିଟା ବେଳେ ଯେତେବେଳେ କୋର୍ଟ ତାହିର ହୁସେନ୍ଙ୍କ ମାମଲା ପାଇଁ ଡାକିଲେ, ସେତେବେଳେ ମଧ୍ୟ ତାଙ୍କ ନାମରେ କେହି ହାଜର ହୋଇନଥିଲେ। ଦିଲ୍ଲୀ ପୋଲିସର ଇନ୍ସପେକ୍ଟର ଅମଲେଶ୍ୱର ରାୟ ଏସଆଇଟି ପକ୍ଷରୁ କୋର୍ଟରେ ଉପସ୍ଥିତ ରହି ତାଙ୍କର ଜାମିନ ଆବେଦନକୁ ବିରୋଧ କରିଥିଲେ । ତାହିର ଏହି ମାମଲାରେ ହାଜର ନ ହେବାରୁ କୋର୍ଟ ତାଙ୍କର ଆବେଦନକୁ ଖାରଜ କରି ଦେଇଥିଲେ ।