
-
ଆଗାମୀ ମାର୍ଚ୍ଚ 10 ରୁ ଏହି ନିର୍ଦ୍ଦେଶନାମା ହେବ କାର୍ଯ୍ୟକାରୀ
ନୂଆଦିଲ୍ଲୀ – ଇଟାଲୀ, ଇରାନ ଏବଂ ଦକ୍ଷିଣ କୋରିଆରୁ ଇଭିଜା ବ୍ୟବସ୍ଥାକୁ ସ୍ଥଗିତ ରଖିବା ପରେ କେନ୍ଦ୍ର ସରକାର ଏହି ଦେଶର ନାଗରିକମାନଙ୍କୁ ସେମାନଙ୍କ ସହ କରୋନା ଭାଇସର ପରୀକ୍ଷା ରିପୋର୍ଟ ଆଣିବାକୁ କହିଛନ୍ତି। ଏହି ନିଷ୍ପତ୍ତି 10 ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ | ଗୁରୁବାର ଦିନ ଜାରି କରାଯାଇଥିବା ନୂତନ ଟ୍ରାଭେଲ ଆଡଭାଇଜରୀରେ ଏହା କୁହା ଯାଇଛି ।
ଏହି ଆଡଭାଇଜରୀରେ କୁହାଯାଇଛି ଯେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି ଯେ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଦେଶର ଏକ ସ୍ୱୀକୃତିପ୍ରାପ୍ତ ଲ୍ୟାବରୁ କରୋନା ଭାଇରସର ପରୀକ୍ଷା କରିବାକୁ ପଡିବ ଏବଂ ଏହାର ନକାରାତ୍ମକ ରିପୋର୍ଟ ପରେ ହିଁ ଦେଶକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।