

ଜଟଣୀ– ଜଟଣୀ କୁଦିଆରୀ ସ୍ଥିତ ପ୍ରଜ୍ଞାସାଥୀ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଶୋଭନୀୟ ପ୍ରଜ୍ଞାପ୍ରତିଭା ଉସôବ-୨୦୨୦ ଗୁରୁବାର ଆୟୋଜିତ ହୋଇଯାଇଛି । ଶିକ୍ଷାଶ୍ରମର ସଭାପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଓ ପୁର୍ବତନ କୂଳପତି ପ୍ରଫେସର କୁମରବର ଦାସଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ଉସôବରେ ଅତିଥୀମାନେ ଯୋଗଦେଇ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ଦକ୍ଷତାର ସୁବିକାଶ ଘଟିବା ସହିତ ସମାଜରେ ନୈତିକ ମୂଲ୍ୟ ବୋଧର ଉର୍ଦ୍ଧୟନ ହେଲେ ସାରା ସମାଜ ମଙ୍ଗଳମୟ ଓ ଶୋଭନୀୟ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଶ୍ରମର ସଭାପତି ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, ସମସ୍ତ ଶିକ୍ଷାନୁÂାନ ଶିଶୁ ନିର୍ମାଣରୁ ସମାଜ ନିର୍ମାଣ ପର୍ଯ୍ୟନ୍ତ ସୁକାର୍ଯ୍ୟ ଗୁଡିକରେ ମନୋନିବେଶ କରିବାକୁ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମୂଖ୍ୟ ଅତିଥୀଭାବେ ଅନୁÂାନର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ ଶ୍ରୀକାନ୍ତ ଦାସ ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନୈତିକ କର୍ତବ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥୀଭାବେ ଗାନ୍ଧୀ ବିଚାରଧାରାର ପ୍ରବକ୍ତା ତଥା ବିଶିଷ୍ଟ ସମାଜସେବୀ ରାମଶଙ୍କର ଭାଇ, ଗୃହ ଉଦ୍ୟୋଗ ଟ୍ରଷ୍ଟର ଅଧ୍ୟକ୍ଷା ଜେ ମୀନା ଆଚାର୍ଯ୍ୟ, ଶିକ୍ଷାଶ୍ରମ ପରିଚାଳନା କମିଟିର ବରିÂ ସଦସ୍ୟ ଶିକ୍ଷାବିତ ନୀରଦ ଚରଣ ଖୁଂଟିଆ, ଶ୍ରୀମତି ବନପ୍ରଭା ପ୍ରମୁଖ ଯୋଗଦେଇଥିବା ବେଳେ ଶିକ୍ଷାଶ୍ରମର ସଂପାଦକ ନିରାକାର ବେଉରା ସ୍ୱାଗତ ଭାଷଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।