ଜଟଣୀ- ପ୍ରବାଦ ପୁରୁଷ ଓଡିଶାର ପୁର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟ ପଂଚାୟତିରାଜ ଦିବସରୁପେ ପାଳନ କରିଆସୁଛି । ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀରେ ଗୁରୁବାର ପାଳନ ହେଉଥିବା ପଚାଂୟତିରାଜ ଦିବସକୁ ଜଟଣୀ ବ୍ଲକ ଅନ୍ତର୍ଗତ ଛଣଘର ପଚାଂୟତ କଳା ଦିବସଭାବେ ପାଳନ କରିଛି । ରାଜ୍ୟ ସରକାର ପଚାଂୟତରାଜ ବ୍ୟବସ୍ଥାକୁ ଲୋକମାନଙ୍କପାଇଁ ଅହେତୁକ କରିଛନ୍ତି । ଗ୍ରାମାଚଂଳର ଶାସନ ଡୋରୀକୁ ସରକାର ସଚିବାଳୟରୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି । ପଚାଂୟତ କ୍ଷମତାକୁ ସଙ୍କୁଚିତ କରୁଥିବାଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା କହିଥିଲେ । ପଚାଂୟତିରାଜ ବ୍ୟବସ୍ଥାର ଅସଲ ଉଦ୍ୟେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରରକରଣ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ଯୋଜନା ଗୁଡିକ ପହଂଚିବାରେ ସହାୟକ ହେବ । ମାତ୍ର ରାଜ୍ୟରେ ଦିନକୁ ଦିନ ସରକାର ଏହାର ଓଲଟା କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ପଂଚାୟତର ନିର୍ବାଚିତ ପ୍ରତିନିଧୀ ହେଉଛନ୍ତି ସରପଚଂ । ଲୋକମାନେ ବିନା ଦ୍ୱିଧାରେ ଏମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ତେଣୁ ପ୍ରକୃତରେ ସରପଚଂମାନେ ହିଁ ଲୋକମାନଙ୍କ ସେବକ । ମାତ୍ର ଏହି ସେବାକୁ ଛଡାଇ ନେଇ ସରକାର ବ୍ଲକ ବିଡିଓଙ୍କ ମାଧ୍ୟମରେ କାର୍ଯ୍ୟ କରିବାକୁ ଉଦ୍ୟମ କରି ସରପଚଂମାନଙ୍କ କ୍ଷମତାକୁ ଛଡାଇ ନେଇଛନ୍ତି ବୋଲି ଗୁରୁବାର ଛଣଘର ପଚାଂୟତ କାର୍ଯ୍ୟାଳୟରେ ଧାରଣାରେ ବସିଥିବା ବିକ୍ଷୋଭକାରୀମାନେ କହିଥିଲେ । ଏହାର ପ୍ରତିବାଦରେ ଛଣଘର ପଂଚାୟତ ସରପଂଚ ସୁନିଲ କୁମାର ରାଉତରାୟଙ୍କ ନେତୃତ୍ୱରେ ପଂଚାୟତର ୧୬ଟି ୱାର୍ଡର ସଭ୍ୟମାନେ କଳା ପୋଷାକ ପରିଧାନ କରି ପଚାଂୟତ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟ ବର୍ଜନ କରି ସମୁଖରେ କଳାଦିବସ ପାଳନ କରିଥିଲେ । ଦିନ ସାରା ଧାରଣାରେ ବସିବା ସହ ପଚାଂୟତରେ ବିଡିଓ ରାଜ ବ୍ୟବସ୍ଥାକୁ ବନ୍ଦ କର, ପଂଚାୟତ ସଚିବଙ୍କ ଚିଠିକୁ ଫେରାଇ ନିଅ । ୭୩ ତମ ସମ୍ବିଧାନ ସଂଶୋଧନ ଆଇନକୁ ଠିକ ଭାବରେ କାର୍ଯ୍ୟକାରୀ କର । ପଲୀ ସଭା ଓ ଗ୍ରାମ ସଭାକୁ ନିୟମିତ ଭାବରେ ଆୟୋଜନ କର । ସରପଂଚ, ସମିତିସଭ୍ୟ, ଜିଲାପରିଷଦସଭ୍ୟମାନଙ୍କୁ ସମ୍ମାନ ଦିଅ । ଏହା ସହିତ ସେମାନଙ୍କର ଭତା ବଢାଅ ଓ ହାତ ପାଣ୍ଠି ପ୍ରଦାନ କର ପ୍ରଭୃତି ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ପ୍ରଫୁଲ କୁମାର ରାଉତରାୟ, ସୁଧାଂଶୁ ମହାନ୍ତୀଙ୍କ ସହିତ ୧୬ଟି ୱାର୍ଡର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।
Related Stories
November 24, 2024