
ଭଞ୍ଜନଗର – ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦୁଳ ଗ୍ରାମର ନିରାକାର ଗୌଡ଼ ଓ ସୁନୀଲ ରାଉତ ଆଜି ସନ୍ଧ୍ୟାରେ ବାଇକ ରେ ହାତୀଗୁଡା ଗ୍ରାମକୁ ଯାଉଥିବା ବେଳେ ଖମାରେଡି ଗ୍ରାମ ଛକ ନିକଟରେ ଭାରସାମ୍ୟ ହରାଇ ଏକ ହାଇୱା ଟ୍ରକ ସହ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ନିରାକାର ର ମୃତ୍ୟୁ ହୋଇଥିବା ବେଳେ ସୁନୀଲ ଗୁରୁତର ଆହତ ହୋଇଥିଲା l ଅଗ୍ନିଶମ ବିଭାଗ ଖବର ପାଇ ସୁନୀଲ କୁ ଉଦ୍ଧାର କରି ମେଡିକାଲ କୁ ଆଣିଥିଲେ ମଧ୍ୟ ଗଭୀର ଆଘାତ ଲାଗିଥିବାରୁ ତାକୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ l ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ତଦନ୍ତ ଚଳେଇଛି l