ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କାଲିମୁଣ୍ଡା-ଜନକପୁର ରାସ୍ତାରେ ଆଜି ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରେଙ୍ଗାଳି ନାଳ ମଧ୍ୟକୁ ଓଲଟି ପଡିବାରୁ ଟ୍ରାକ୍ଟରର ଇଞ୍ଜିନ ତଳେ ଚାପି ହୋଇ ଘଟଣାସ୍ଥଳରେ ଡ଼୍ରାଇଭର ଓ ହେଲପରଙ୍କ ମୃତୁ୍ୟ ଘଟିଛି । ମୃତକ ଦ୍ୱୟ ହେଲେ ଡ଼୍ରାଇଭର ବଳରାମ ଖଡ଼ିଆ ଓ ହେଲପର୍ ଲକ୍ଷ୍ମୀକାନ୍ତ ପ୍ରଧାନ ।
ବାଲି ଅନଲୋଡ୍ କରି ଫେରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରେଙ୍ଗାଳି ନାଳ ମଧ୍ୟକୁ ଓଲଟି ପଡିଥିଲା । ଫଳରେ ଉଭୟଙ୍କ ମୃତୁ୍ୟ ଘଟିଥିଲା । ବୀରମହାରାଜପୁରରୁ ଅଗ୍ନିଶମ କର୍ମଚାରୀ ପହଂଚି ସେଠାରୁ ଦୁହିଁଙ୍କ ମୃତଦେହ ଉଦ୍ଧାର କରିଥିଲେ ।