
ଭୁବନେଶ୍ୱର – ବିଜୁ ଜନତା ଦଳର ଟାଣୁଆ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗୁରୁବାର ଦଳର ସାଂଗଠନିକ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜେଡି ଅଫିସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ , ବିଜେପୁର ଓ ପାଟକୁରା ଉପନିର୍ବାଚନରେ ଦଳ ପାଇଁ ଅହରହ କାମ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ବିଜେଡି କାର୍ଯ୍ୟାଳୟରେ ପହଂଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପରିଶ୍ରମର ଫଳ ପ୍ରଦାନ କରିଛନ୍ତି ।