ନୂଆଦିଲ୍ଲୀ– ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର କମାଇଛନ୍ତି କେନ୍ଦ୍ର ସରକାର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ୍) ର ସୁଧ ହାର ୦. ୧୫% ହ୍ରାସ କରାଯାଇ ୮. ୫୦% କରାଯାଇଛି । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଗୁରୁବାର ଇପିଏଫ ସୁଧହାର ହ୍ରାସ ଘୋଷଣା କରିଛନ୍ତି ।
ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫରେ ୮.୬୫ ପ୍ରତିଶତ ସୁଧହାର ମିଳିଥିଲା । ଗୁରୁବାର ଅନୁଷ୍ଠିତ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ବୈଠକରେ ସୁଧ ହାର କମାଇବା ନେଇ ନିଷ୍ପତି ନିଆଯାଇଛି ।