ନୂଆଦିଲ୍ଲୀ – କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଧନ ଦେଶରେ ବଢ଼ୁଥିବା କରୋନା ଭାଇରସର ସ୍ଥିତି ଓ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଠା ଯାଇଥିବା ପଦକ୍ଷେପ ସମ୍ପର୍କରେ ଗୁରୁବାର ଦିନ ଲୋକସଭାରେ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, ଭାରତରେ କରୋନା ଭାଇରସର ମୁକାବିଲା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ସମସ୍ତ ପ୍ରକାରର ସ୍ଥିତି ଉପରେ ମଧ୍ୟ ନଜର ରଖାଯାଉଛି । ଏହି ସମ୍ବନ୍ଧୀୟ ସମସ୍ତ ଅଧିକାରୀ, ଡାକ୍ତରୀ ବିଭାଗ, ରାଜ୍ୟ ଏବଂ କେନ୍ଦ୍ରକୁ ସଜାଗ ରହିବା ପାଇଁ ଆଦେଶ ଦିଆଯାଇଛି । ଏନେଇ ଅନ୍ୟକୌଣସି ସହାୟତା ପାଇଁ ମନ୍ତ୍ରାଳୟ ଡବ୍ଳୁଏଚଓ ସହ ମଧ୍ୟ ସଂପର୍କରେ ରହିଛି ।
ଡା ହର୍ଷବର୍ଦ୍ଧନ କହିଛନ୍ତି,ମାର୍ଚ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ଭାଇରସ ସମ୍ବନ୍ଧୀୟ ୮୦,୨୭୦ଟି ମାମଲା ସାମନାକୁ ଆସିଛି । ଯେଉଁଥିରେ ୨୯୮୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଲାଣି । ବ ର୍ମାନ ପର୍ଯ୍ୟନ୍ତ ୭୮ଟି ଦେଶରେ ଏହି ଭାଇରସ ବ୍ୟାପି ସାରିଛି । ଯେଉଁଥିରେ ୩୦ଟି ଦେଶରେ ଏହା ଲୋକାଲ ଟ୍ରାନ୍ସମିସନ ପାଇଁ ବ୍ୟାପିଥିବା ଜଣାପଡିଛି । ଏନେଇ ଜାନୁଆରୀ ୩୦ ତାରିଖ ଦିନ ବିଶ୍ୱ ସ୍ୱାସ୍ଥ୍ୟା କଲ୍ୟାଣ ସଂଗଠନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ବର୍ତମାନ ପର୍ଯ୍ୟନ୍ତ ୨୯ଟି କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଯାହା ମଧ୍ୟରୁ ୩ଜଣ କେରଳରୁ ଥିବା ଜଣାପଡିଛି । ଏଥିମଧ୍ୟରୁ ଦୁଇ ଜଣ ଦିଲ୍ଲୀ, ଜଣେ ତେଲେଙ୍ଗାନା, ୬ ଆଗ୍ରା ଏବଂ ପର୍ଯ୍ୟଟକଙ୍କ ସହ ବୁଲଇବାକୁ ଆସିଥିବା ତିନି ଭାରତୀୟ ନାଗରିକଙ୍କ ସହ ୧୪ଜଣ ଇଟାଲୀ ନାଗରିକ ସମିଲ ରହିଛନ୍ତି । ଦେଶରେ କରୋନା ସ୍ଥିତି ଉପରେ ଖୋଦ ପ୍ରଧାନମନ୍ତ୍ରୀ ନଜର ରଖିଛନ୍ତି । କେନ୍ଦ୍ରୀୟ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟ ଏବଂ ମନ୍ତ୍ରାଳୟର ସଚିବଙ୍କ ସହ କେନ୍ଦ୍ରୀୟ ମନ୍ତ୍ରୀଙ୍କର ବୈଠକ ଚାଲିଛି ।
ଡା. ହର୍ଷବର୍ଧର୍ନଙ୍କ କହିବା ଅନୁଯାୟୀ, ଜେରାହଟ ନ୍ୟାସନାଲ ଇଷ୍ଟିଟ୍ୟୁଟ ଅଫ୍ ବାୟରୋଲୋଜି (ଏନଆଇବି) ପୁଣେ ସଂପୂର୍ଣ୍ଣ ଭାବେ କରୋନା ଭାଇରସର ନମୁନାକୁ ପରୀକ୍ଷଣ କରୁଛି । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ଭାଇରାଲ ରିସର୍ଚ୍ଚ ଏବଂ ଡାଇଗ୍ନୋସିକ୍ସ ଲାବ୍ରୋଟୋରୀ ଅନୁଯାୟୀ ୧୫ଭିନ୍ନ ଭିନ୍ନ ପରୀକ୍ଷାଗାରରେ ଜରୁରୀକାଳୀନ ପରିସ୍ଥିତିରେ ନମୁନା ପରୀକ୍ଷା ପାଇଁ ପ୍ରସ୍ଥୁତ କରାଯାଇଛି । ଏହା ବ୍ୟତୀତ ମେଡିକାଲ ଷ୍ଟୋର ମାନଙ୍କରେ ପର୍ଯ୍ୟପ୍ତ ପରିମାଣର ଔଷଧ ଷ୍ଟକ ରଖିବା ପାଇଁ ଅଦେଶ ଦିଆଯାଇଛି ।
ତେବେ ଇରାନରେ ଫସି ରହିଥିବା ଭାରତୀୟ କରୋନା ଭାଇରସ ରୋଗୀଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଏନେଇ ସରକାର ଇରାନ ସହ ସଂପର୍କ ରଖିଛନ୍ତି । ସମସ୍ତ ରାଜ୍ୟ, ଡାକ୍ତରଖାନା ଏବଂ ମନ୍ତ୍ରାଳୟରେ ଭାଇରସ ସହ ଲଢ଼ିବା ପାଇଁ ୬ ମାର୍ଚ୍ଚରୁ ରାଷ୍ଟ୍ରସ୍ତରୀୟ କାର୍ମଶାଳାର ବ୍ୟବସ୍ଥା କରାଯାଇଛି । ଏହାପରେ ଏପରି କର୍ମଶାଳା ଜିଲ୍ଲାସ୍ତରରେ କରାଯିବ ବୋଲି ସୂଚନା ମିଳିଛି । ତେବେ ଜିଲ୍ଲା ସ୍ତରରେ ଭାଇରସ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ନୋଡାଲ ଅଧିକାରୀ କରାଯିବା ।