-
ମାର୍ଚ୍ଚ ୧୦ ରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ
ନୂଆଦିଲ୍ଲୀ – ଇଟାଲୀ, ଇରାନ ଏବଂ ଦକ୍ଷିଣ କୋରିଆରୁ ଇ-ଭିସାକୁ ସ୍ଥଗିତ ରଖିବା ପରେ କେନ୍ଦ୍ର ସରକାର ଏହି ଦେଶର ନାଗରିକମାନଙ୍କୁ ସେମାନଙ୍କ ସହ କରୋନା ଜୀବାଣୁ ପରୀକ୍ଷା ରିପୋର୍ଟ ଆଣିବାକୁ କହିଛନ୍ତି । ଗୁରୁବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତା ୧୦ ତାରିଖରୁ ଏହାକୁ ଲାଗୁ କରିବାକୁ କୁହାଯାଇଛି । ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି ଯେ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଦେଶର ଏକ ସ୍ୱୀକୃତିପ୍ରାପ୍ତ ଲ୍ୟାବରୁ କରୋନା ଜୀବାଣୁ ପରୀକ୍ଷା କରିବାକୁ ପଡିବ । ରିପୋର୍ଟ ନେଗେଟିଭ୍ ଥିଲେ ହିଁ ଦେଶକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।