ନୂଆଦିଲ୍ଲୀ– ଦିଲ୍ଲୀର ହିଂସା ମାମଲାରେ ଅଭିଯୁକ୍ତ ତାହିର ହୁସେନ୍ ଙ୍କ ଆବେଦନକୁ ଗୁରୁବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି । ଏହା ପରେ ପୋଲିସ ତାହିରଙ୍କୁ କୋର୍ଟ ପରିସରରୁ ଗିରଫ କରିଥିଲା ।
ଦିଲ୍ଲୀ ହିଂସା ଅଭିଯୋଗରେ ତାହିର ହୁସେନ୍ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଆତ୍ମସମର୍ପଣ ପାଇଁ ଆବେଦନ କରିଥିଲେ ଏବଂ କୋର୍ଟରେ କହିଥିଲେ ଯେ ସେ ନିର୍ଦ୍ଦୋଷ । ତା\’ପରେ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ବିଶାଲ ପହହୁଜା କହିଛନ୍ତି ଯେ ଏହି ମାମଲା ଆମ ଅଧିକାରରେ ନାହିଁ ଏବଂ ଆତ୍ମସମର୍ପଣ ପାଇଁ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି ।