ମାଲକାନଗିରି– ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଂଚାୟତିରାଜ ଦିବସ ପାଳନ ଅବସରରେ କାଲିମେଳା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇ ପ୍ରଥମେ ନିଜେ ରକ୍ତଦାନ କରି ଏହି ଶିବିରର ଉଦଘାଟନ କରିଥିଲେ । ଭାରତରେ ରେଡ଼କ୍ରସର ଶତବାର୍ଷିକୀ ପାଳନ ଅବସରରେ କାଲିମେଳା ଗୋଷ୍ଠୀ ଉନ୍ନୟନ ସଂସ୍ଥା ସହାୟତାରେ ଏହି ଶିବିର ଆୟୋଜିତ ହୋଇଥିଲା ।
ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ଏସବିଆଇର ଶାଖା ପରିଚାଳକ କଙ୍କଣ କୁମାର ବିଶ୍ୱାସ, ପଂଚାୟତ ସମିତି ଅଧ୍ୟକ୍ଷ ମାଲା ମାଢି, ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ସମ୍ପାଦକ ଡଃ. ରଞ୍ଜନ କୁମାର ସ୍ୱାଇଁ ଏବଂ ଯୁବ ରେଡ଼କ୍ରସର ସଂଯୋଜକ ଡଃ. ଆଶିଷ ରାଠୋର ପ୍ରମୁଖ ଉପସ୍ଥିତ ରହିଥିଲେ । କାଲିମେଳା ତହସିଲଦାର ଆଲୋକ ଅନୁଗୁଳିଆଙ୍କ ଉପସ୍ଥିତିରେ ଏହି ଶିବିର ଆୟୋଜିତ ହୋଇଥିଲା । ରକ୍ତ ସଂଗ୍ରହ ଲାଗି ମାଲକାନଗିରି ରକ୍ତ ଭଣ୍ଡାରରୁ ଡଃ. ରଜନୀକାନ୍ତ ଦାସ, ଡିଏଚଏଚ, ମାଲକାନଗିରି ସୁଜଲ କୁମାର ରଏ, ଲାବ୍ ଟେକନିସିଆନ୍ ସନ୍ତୋଷ କୁମାର ଚୌଧୁରୀ, ଡିଏମଏ ଏନ. ସୁବର୍ଣ୍ଣା, ଷ୍ଟାଫ୍ ନର୍ସ ଏବଂ ଭାଗିରଥି ପାଣିଗ୍ରାହୀ ସହାୟକ କର୍ମୀ ଭାବେ ଉପସ୍ଥିତ ଥିଲେ ।
ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତଙ୍କ ସହଯୋଗ ନିମନ୍ତେ ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।