
ଗଂଜାମ – ଗତ ୧୧ ତାରିଖରେ ତହଁର ପଂଚାୟତର ପୂର୍ବତନ ସରପଂଚ ତଥା ବିଜେଡ଼ି ନେତା ପଦ୍ମ ଚରଣ ପାଢ଼ୀଙ୍କ ଉପରେ ଘାତକ ଆକ୍ରମଣ ପାଇଁ ପ୍ରୋତ୍ସାହିତ କରିଥିବା ବ୍ୟକ୍ତି ଏବଂ ସୁପାରିକିଲର ସାଜିଥିବାର ଦୁର୍ବୃତମାନେ ଖୁଲମଖୁଲା ବୁଲୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରୁନଥିବା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ହିଂଜିଳିପୁଲିସ ଗ୍ରହଣ କରୁନଥିବାରୁ ଜନସାଧାରଣରେ ପୁଲିର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି ହେବାରେ ଲାଗିଛି । ଗଂଜାମ ଜିଲ୍ଲା ପୁଲିସ ସୁପରିଟେଣ୍ଡେଂଟ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ହତ୍ୟା ଉଦ୍ୟମରେ ସମ୍ପୃକ୍ତ ଥିବା ଓ ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରି ତଦନ୍ତ କଳେ ଘଟଣାର ସତ୍ୟାସତ୍ୟା ଲୋକ ଲୋଚନକୁ ଆସିବ ବୋଲି ଜନମତ ପ୍ରକାଶ ପାଇବାରେ ଲାଗିଛି ।