ଭୁବନେଶ୍ୱର – ବିଜୁବାବୁଙ୍କ ଦୁଃସାହିତ ଜୀବନ କାହାଣୀ ଉପରେ ଆଧାରିତ ଏକ ନୂଆ ପୁସ୍ତକ ଆଡ଼ଭେନ୍ଚର୍ସ ଅଫ୍ ଦି ଡେଆରଡେଗିଲ୍ ଡେମୋକ୍ରାଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଶୁକ୍ରବାର) ପୂର୍ବାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଲୋକାର୍ପିତ କରିବେ । ବିଜୁବାବୁଙ୍କ ୧୦୪ତମ ଜନ୍ମତିଥି ପାଳନ ଅବସରରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହେବ । ସମ୍ମାନୀୟ ଅତିଥି ଭାବରେ କଂଗ୍ରେସ ଦଳର ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ । ଏହି ପୁସ୍ତକ ଯୁବ ଓ ଛାତ୍ରମାନଙ୍କୁ ବିଜୁବାବୁଙ୍କର ଅନନ୍ୟ ବ୍ୟକ୍ତିତ୍ୱ ସମ୍ପର୍କରେ ପ୍ରେରଣା ଦେବ ବୋଲି କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଭବାନୀ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀର ଏକ ପ୍ରତିଷ୍ଠିତ ପ୍ରକାଶନୀ ସଂସ୍ଥା କ୍ରିଏଟିଭ ୱେରହାଉସ୍ ଦ୍ୱାରା ପ୍ରକାଶିତ ଶ୍ରୀ ପ୍ରଭାଶଙ୍କରଙ୍କ ଦ୍ୱାରା ପ୍ରସ୍ତୁତି ଏହି ପୁସ୍ତକରେ ପିଲାମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ଚିତ୍ରକଥା ଶୈଳୀରେ ବିଜୁବାବୁଙ୍କ ଦୁଃସାହସୀ ଅଭିଯାନର କାହାଣୀମାନ ରହିଛି ।