ଗଞ୍ଜାମ– ଗଞ୍ଜାମ ଆସିକା ସ୍ଥିତ ଚିନି ଶିଳ୍ପର ଏକ ମୋଲାସିସ୍ ପାଇପ୍ ଆଜି ସକାଳେ ହଠାତ୍ ଫାଟିଯିବାରୁ ସମ୍ପୃକ୍ତ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯୁଦ୍ଧକାଳୀନ ଭିତିରେ ଏହି ପାଇପ୍ ର ମରାମତି କାମ ଚାଲିଛି । ପାଇପ୍ ଫାଟିଯିବା ପରେ ସମ୍ପୃକ୍ତ ଫାଟ ସ୍ଥାନରୁ ଶହ ଶହ ଲିଟର ଚିନି ସିରା ବୋହି ଚାଲିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୨ ମସିହାରେ ଅନୁରୂପ ଭାବେ ମୋଲାସିସ୍ ପାଇପ୍ ଫାଟିବା ଫଳରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜିର ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।