
ଭଞ୍ଜନଗର – ଭଞ୍ଜନଗର ଓଡ଼ିଶା ଭବନ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଆଜି ମଧ୍ୟ ବିଡେକା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ମୋଟ ୬୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଜଳ ସମ୍ପଦ ବିଭାଜନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି, ଉଦଘାଟକ ଭାବେ ପ୍ରଥମ ରକ୍ତଦାତା ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଏହି ଶିବିରକୁ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ଗୌଡ଼, ରାକେଶ ପଟ୍ଟନାୟକ, ରଶ୍ମି ରଥ, ଶଙ୍କର ନାୟକ ଓ ଭଞ୍ଜନଗର ଓଡିଶା ରକ୍ତଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଉଦଘାଟକ ଜୟକୃଷ୍ଣ ପଟ୍ଟନାୟକ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ମନୋଜ ଜେନା ଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଏଥିରେ ରକ୍ତଦାନ କରିଥିଲେ। ସାମ୍ବାଦିକ ଜ୍ଞାନଚାନ୍ଦ ଜଗନ୍ନାଥ, ବିଶ୍ବମ୍ବର ଜେନା ଓ ଅନ୍ୟମାନେ ସହଯୋଗ କରିଥିଲେ।