ଭୁବନେଶ୍ୱର : ଦେଶର ଅଗ୍ରଣୀ ଆଂଚଳିକ ସୋସିଆଲ ମିଡିଆ ପ୍ଲାଟଫର୍ମ ହେଲୋ ପକ୍ଷରୁ ଡିଜିଟାଲ ହୋଲି ଅଭିଯାନ ଆରମ୍ଭ କରାଯାଇଛି । ମାର୍ଚ୍ଚ ୨ରୁ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ ଅଭିଯାନରେ ହେଲୋ ୧୨ଟି ନୂଆ ଡିଜାଇନ୍ରେ ଏମ୍ଭି ଟେମ୍ପଲେଟ୍ରେ ରଙ୍ଗେଇ ହୋଇ ହୋଲି ଉତ୍ସବ ପାଳନ କରିବ । ୬୦ରୁ ଅଧିକ ଜାତୀୟ ଏବଂ ଆଂଚଳିକ ସେଲିବ୍ରିଟି ହେଲୋ ସହିତ ଯୋଡ଼ି ହୋଇ ଡିଜିଟାଲ ଓ ପରିବେଶ ମିତବ୍ରୟୀ ଉପାୟରେ ହୋଲି ଉତ୍ସବ ପାଳନ କରିବେ ।
ହୋଲି ହେଉଛି ଏକ ପାରମ୍ପରିକ ଭାରତୀୟ ଉତ୍ସବ । ଡିଜିଟାଲ ଯୁଗର ଅଭ୍ୟୁଦୟ ପରେ ଅଧିକ ମାତ୍ରାରେ ଡିଜିଟାଲ୍ ଉତ୍ସବ ପାଳନ ଦେଖିବାକୁ ମିଳୁଛି । ଚଳିତ ବର୍ଷ ହେଲୋ ଏହାର ବ୍ୟବହାରକାରୀମାନଙ୍କୁ ୧୦ଟି ଆଂଚଳିକ ଭାଷାରେ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ପରିପ୍ରକାଶ କରିବାକୁ ଆହ୍ୱାନ ଦେଇଛି । କେମିକାଲ କଲର୍ସ କା ଇଫେକ୍ଟ ଓ ଇକୋ ହୋଲି ହାସଟ୍ୟାଗ୍ରେ ହେଲୋ ପକ୍ଷରୁ ରାସାୟନିକ ରଙ୍ଗର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜ୍ଞାନ ଆଦାନପ୍ରଦାନ କରାଯାଉଛି ଏବଂ ପ୍ରାକୃତିକ ରଙ୍ଗକୁ ଆପଣେଇବା ଲାଗି ବ୍ୟବହାରକାରୀଙ୍କୁ ଅନୁପ୍ରାଣିତ କରାଯାଉଛି ।
ହେଲୋର କ୍ରିଏଟର ଷ୍ଟ୍ରାଟେଜି ଓ ଗ୍ରୋଥ୍ ମୁଖ୍ୟ ରାଜ ମିଶ୍ର କହିଛନ୍ତି ଯେ, “ରୟାଲ ହୋଲି, ରଙ୍ଗ ପଂଚମି, ହୋଲା ମୋହଲାରୁ ଲାଥାମ୍ବର ହୋଲି ପର୍ଯ୍ୟନ୍ତ ସାରା ଦେଶର କୋଣ ଅନୁକୋଣରେ ପାଳନ କରାଯାଉଥିବା ବିଭିନ୍ନ ପ୍ରକାର ହୋଲି ଉତ୍ସବକୁ ଦେଖିବା ବେଶ ରୋମାଂଚକର । ହେଲୋ ବିବିଧ ବର୍ଗର ଲୋକମାନଙ୍କୁ ଯୋଡ଼ିଥାଏ । ହେଲୋରେ ମଲ୍ଟି ପିକ୍ଚର୍ ଭିଡିଓ (ଏମ୍ଭି) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଟୁଲ୍ ଯେଉଁଥିରେ ବିଷୟବସ୍ତୁ ସୃଷ୍ଟି କରାଯାଏ । ଏଥର ଆମେ ହୋଲି ବିଷୟକୁ ନେଇ ସ୍ୱତନ୍ତ୍ର ଟେମ୍ପଲେଟ ପ୍ରସ୍ତୁତ କରିଛୁ, ଆଶା କରୁଛୁ ଯେ ଆମର ବ୍ୟବହାରକାରୀମାନେ ଡିଜିଟାଲ୍ ହୋଲିକୁ ବହୁତ ପସନ୍ଦ କରିବେ ।’’
ହେଲୋ ବ୍ୟବହାରକାରୀଙ୍କ ସହିତ ଦୀପିକା ସିଂହ ଗୋୟଲ, ଦିବ୍ୟା ଅଗ୍ରୱାଲ, ଗୀତା ମାଧୁରୀ, ହର୍ଷିକା ପୋନାଚା, ହେଲି ଶାହ, ମଧୁପ୍ରିୟା, ପ୍ରୀତିକା ରାଓ, ରିମା ଶେଖ, ରୋହନ ମେହରା, ଶ୍ରେୟା ଶରନଙ୍କ ଭଳି ୬୦ରୁ ଅଧିକ ସେଲିବ୍ରିଟି ହୋଲି ପାଳନ କରିବେ ।
Related Stories
November 23, 2024