ଯୋଗ ଦେଲେ ଦୁଇ ଓଡ଼ିଆ
ଭୁବନେଶ୍ୱର : କୋଳକତାର କଶିପୁରଠାରେ ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ(ପିଡିଏଚ୍ଆର୍ଆଇ) ପକ୍ଷରୁ ସର୍ବଭାରତୀୟ ମାନବ ଅଧିକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁଇ ଓଡ଼ିଆ ଯୋଗ ଦେଇଥିଲେ । ପିଡିଏଚ୍ଆର୍ଆଇର ସଭାପତି ପ୍ରଦୀପ କୁମାର ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ଓଡ଼ିଶା ରାଜ୍ୟ ସଭାପତି ଗଦାଧର ଦାଶଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହାକୁ ପଶ୍ଚିମବଙ୍ଗର ମାନବଅଧିକାର କମିଶନ ସଭ୍ୟ ତଥା ବିଚାରପତି ମଣି ଶଙ୍କର ଦ୍ୱିବେଦୀ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ରାମଚରିତ ମାନସ ହେବା ସହ ମାନବ ଅଧିକାର ସୁରକ୍ଷା ସମ୍ପର୍କରେ ଆଲେଶଚନା ହୋଇଥିଲା । ବିଭିନ୍ନ ରାଜ୍ୟର ପ୍ରତିନିଧିଙ୍କ ସମେତ ପଶ୍ଚିମବଙ୍ଗର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।