ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ ମଲଣାଙ୍କ ବିରୋଧରେ ଗତ ଫେବ୍ରୁଆରୀ ୩ ତାରିଖରେ ୭ ଜଣ ୱାର୍ଡସଭ୍ୟ ଅନାସ୍ଥା ପ୍ରସ୍ତାବ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ହୁଗୁଳାପଟ୍ଟା ପଞ୍ଚାୟତରେ ୧୫ଜଣ ୱାର୍ଡସଭ୍ୟ ରହିଥିବା ବେଳେ ଦୁଇ ତୃତୀୟାନ୍ସ ୱାର୍ଡସଭ୍ୟଙ୍କ ସମର୍ଥନ ମିଳିଲେ ହିଁ ଅନାସ୍ଥା ପ୍ରସ୍ତାବ ଗୃହିତ ହେବାକୁ ନେଇ ୧୨ତାରିଖ ଦିନ ବିପକ୍ଷ ଗୋଷ୍ଠୀର ଅନାସ୍ଥା ଉପରେ ଶୁଣାଣି ପାଇଁ ଉପଜିଲ୍ଲାପାଳ ଡାକିଥିଲେ କିନ୍ତୁ ୭ଜଣ ୱାର୍ଡସଭ୍ୟ ହିଁ ସରପଞ୍ଚଙ୍କ ବିପକ୍ଷରେ ରହିଥିଲେ lକିନ୍ତୁ ବ୍ରହ୍ମପୁର ଉପଜିଲ୍ଲାପାଳ ଗତ ଫେବୃଆରୀ ୧୩ ତାରିଖରେ ସରପଞ୍ଚଙ୍କୁ ନିଜ ବହୁମତ ସାବ୍ୟସ୍ତ କରିବାକୁ ଡାକିଥିବା ବେଳେ ସରପଞ୍ଚଙ୍କ ସପକ୍ଷରେ ୮ଜଣ ସଭ୍ୟ ଉପସ୍ଥିତ ଥିଲେ l ସରପଞ୍ଚ ନିଜ ପଦ କାୟମ ରଖିଥିବା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଥିଲେ l କିନ୍ତୁ ଅନସ୍ତାପ୍ରସ୍ତାଵ ପରଠାରୁ ଉକ୍ତ ପଞ୍ଚାୟତରେ ବିଜେଡି ବିଜେପି ମଧ୍ୟରେ ଛକ୍କାପଞ୍ଜା ଲାଗିରହିଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ମଙ୍ଗଳବାର ଦିନ ହୁଗୁଳାପଟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ବୈଠକ ହେବାର ସ୍ଥିର କରାଯାଇଥିଲା l ଏହି ସ୍ୱତନ୍ତ୍ର ବୈଠକରେ ସରପଞ୍ଚଙ୍କ ବିରୋଧରେ କେବଳ ୭ଜଣ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ l ଯାହା ଫଳରେ ଉପଯୁକ୍ତ କୋରମ ଅଭାବରୁ ଏହି ସ୍ଵତନ୍ତ୍ର ବୈଠକଟି ହୋଇପାରିନଥିଲା lଏହାକୁ ନେଇ ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନସ୍ତାପ୍ରସ୍ତାଵ ଉପରେ ମତଦାନ କାର୍ଯ୍ୟକ୍ରମ ହୋଇପାରିଲା ନାହିଁ lଯାହା ଫଳରେ ହୁଗୁଳାପଟ୍ଟା ସରପଞ୍ଚଙ୍କ ପଦବୀ ପୂର୍ବ ଭଳି ବଜାୟ ରହିଥିଲା lଏହାକୁ ନେଇ କୁକୁଡ଼ାଖଣ୍ଡି ବ୍ଲକ ଏବଂ ହୁଗୁଳାପଟା ପଞ୍ଚାୟତରେ ଥିବା ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ସରପଞ୍ଚଙ୍କ ସମର୍ଥନରେ ନାୟବ ସରପଞ୍ଚ ଅସରି ସାହୁ, ପି. ପାର୍ବତୀ ପାତ୍ର, ଅକ୍ଷୟ ସେଠି, ଟି. ସନ୍ତୋଷି ପାତ୍ର, ସୁଶିଳା ରାଉଳ, ରଜନୀ ସ୍ବାଇଁ, ସୁମତି ସାହୁ ଓ ବାବୁ ଦାସ ପ୍ରମୁଖ ଏହି ୮ ଜଣ ୱାର୍ଡ ସଭ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ସରପଞ୍ଚଙ୍କୁ ସମର୍ଥନ ଜଣାଇଥିଲେ lଏହି ଅବସରରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଟି. ରଘୁ ପାତ୍ର,ସରପଞ୍ଚ ସଂଘ ସଭାପତି ସାରଥୀ ଗୌଡ଼,ସମବୟବିତ ସୁଧିର ରାଉତ, କୁକୁଡ଼ାଖଣ୍ଡି ସରପଞ୍ଚ ଏ.ଚେନେୟା, କପିଳ ତାରିଣୀ, ସୁଦାମ ସ୍ବାଇଁ,କୁନା ସାହୁ,ପ୍ରମୁଖ ଉପସ୍ଥିତ ଥିଲେ lମଙ୍ଗଳବାର ଦିନ ଅନସ୍ତାପ୍ରସ୍ତାଵ ନିମନ୍ତେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରାଧିକରଣ ଅଧିକାରୀ ଡି. ମଲେଶ୍ୱର ପାତ୍ର, କୁକୁଡ଼ାଖଣ୍ଡି ବ୍ଲକ ଜିପିଇଓ ବିଜୟ କୁମାର ପ୍ରଧାନ ଓ ପିଇଓ ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l
Related Stories
November 23, 2024