ନୂଆଦିଲ୍ଲୀ– ସଂସଦରେ ଦିଲ୍ଲୀ ହିଂସା ଉପରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଚାହୁଁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସଂସଦ ଭବନ ପରିସରରେ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ମୁଖପାତ୍ର ଅଭିଷେକ ମନୁ ସିଙ୍ଗଭି ଏହି ଅଭିଯୋଗ କରିଛନ୍ତି ।
ସେ ଅଭିଯୋଗ କରି କହିଛନ୍ତି ଯେ, ଦିଲ୍ଲୀ ହିଂସା ବିଷୟରେ ସଂସଦରେ ଆଲୋଚନାର ଆବଶ୍ୟକତା ରହିଛି । ତେବେ ସରକାରଙ୍କ ଜିଦ୍ କାରଣରୁ ଅଧିବେଶନର ଦ୍ୱିତୀୟ ଦିନ ମଧ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରି ନାହିଁ । ଏହି ମାମଲାର ଉପରେ ଆଲୋଚନା ହୋଲି ପରେ କରିବାକୁ କେନ୍ଦ୍ର ସରକାର ଚାହୁଁଥିବାରୁ କଂଗ୍ରେସ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛି ।
ସେ ଆହରି କହିଛନ୍ତି ଯେ ଏହି ବିଷୟ ଉପରେ ଚର୍ଚ୍ଚା ପାଇଁ ଆଂଚଳିକ ଦଳମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହାସତ୍ୱେ କେନ୍ଦ୍ର ସରକାର ଆଲୋଚନା ପାଇଁ ରାଜିହେଉ ନାହିଁ । କେନ୍ଦ୍ର ସରକାରଙ୍କର ଏହି ତର୍କ ଆଶ୍ଚର୍ଯ୍ୟଜନକ ଯେ, ସ୍ଥିତି ସୁଧୁରିବା ପରେ ଏ ନେଇ ଆଲୋଚନା ହେବ ।