ନୂଆଦିଲ୍ଲୀ– ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମଙ୍ଗଳବାର ବାଚସ୍ପତି ଓମ୍ ବିରଲା ଗୃହରେ ସଦସ୍ୟଙ୍କ ଆଚରଣଙ୍କୁ ନେଇ ଅସନ୍ତୋଷ ଥିବା ଦେଖିବାକୁ ମିଳିଥିଲା । ବୈଠକ ଆରମ୍ଭରୁ ବିରୋଧି ସଦସ୍ୟ ଦିଲ୍ଲୀ ଦଙ୍ଗାକୁ ନେଇ ହଙ୍ଗାମା ଓ ନାରାବାଜି କରିଥିଲେ । ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିରୋଧି ସଦସ୍ୟଙ୍କୁ ଚେତାବନୀ ଦେଇ ଶ୍ରୀ ବିରଲା କହିଥିଲେ ଯେ, କୌଣସି ସଦସ୍ୟ ଯଦି ତାଙ୍କ ଆସନ ନିକଟକୁ ଆସିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରିବି ।
ଶ୍ରୀ ବିରଲା କହିଥିଲେ ଯେ, ଆମେ ସମସ୍ତେ ଏହି ନିଷ୍ପତି ନେଇଥିଲେ ଯେ, ଯେତେବି ଗମ୍ଭୀର ମାମଲା ଥାଉ ନା କାହିଁକି, ତାହା ପ୍ରଶ୍ନକାଳ ପରେ ଉଠାଯିବ । ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଥିଲା ଯେ, କୌଣସି ସଦସ୍ୟ ଗୃହ ମଧ୍ୟରେ ନିଜ ଆସନରୁ ଉଠି ଅନ୍ୟ କାହାରି ଆସନ ନିକଟକୁ ଯାଇପାରିବେ ନାହିଁ । ଯଦି ଶାସକ କିମ୍ବା ବିରୋଧି ଦଳର କୌଣସି ସଦସ୍ୟ ଏପରି କରନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରିବି ।
ବାଚସ୍ପତି ଶ୍ରୀ ବିରଲା କହିଥିଲେ ଯେ, କୌଣସି ପ୍ରକାର ପ୍ଲାକାର୍ଡ଼ କିମ୍ବା ବ୍ୟାନର ଗୃହ ମଧ୍ୟକୁ ଆଣିବାକୁ ଦିଆଯିବନାହିଁ । ଏହା ସତ୍ୱେ ବି