ନୂଆଦିଲ୍ଲୀ – ଇରାନରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଭାରତ ଅଣାଯିବା ପାଇଁ କରାଯାଇଥିବା ଆବେଦନ ଉପରେ ଶୁଣାଣୀ କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରୀ କରି ଏ ନେଇ ଉତ୍ତର ମାଗିଛନ୍ତି । ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଇଏସ୍ ମେହେଟ୍ଟା ଏହି ଆବେଦନ ଉପରେ ଶୁଣାଣୀ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟ ମାର୍ଚ୍ଚ 11 ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଆବେଦନରେ ଇରାନରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ କରୋନାଭାଇରସରୁ ରକ୍ଷା କରାଯାଇ ସେମାନଙ୍କୁ ଯଥାଶୀଘ୍ର ଭାରତକୁ ଫେରାଇ ଆଣିବାକୁ ଦାବି କରାଯାଇଛି। ଆଡଭୋକେଟ୍ ଅନୁରାଗ ଅହଲୁୱାଲିଆ କେନ୍ଦ୍ର ସରକାରଙ୍କ ତରଫରୁ କୋର୍ଟ ନୋଟିସ୍ ଗ୍ରହଣ କରିଛନ୍ତି।
ଇରାନ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଏକ ଗାଇଡଲାଇନ ଜାରି କରିବାକୁ ଦାବି କରାଯାଇଛି ।