ବୌଦ୍ଧ- ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ନିଷ୍ପତି କ୍ରମେ ଆଜି ବୌଦ୍ଧ ଜିଲ୍ଲାର ବୌଦ୍ଧ ରେଞ୍ଜ, ହରଭଙ୍ଗା ରେଞ୍ଜ ଓ ବାଉଁଶୁଣୀ ରେଞ୍ଜର କେନ୍ଦୁପତ୍ର କର୍ମଚାରୀମାନେ ବିଭିନ୍ନ ଦାବିନେଇ ଧାରଣାରେ ବସିଥିଲେ ।
କେନ୍ଦୁପତ୍ର ତୋଳାଳୀଙ୍କ ଦରମା ବୃଦ୍ଧି କରିବା, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକମାନଙ୍କୁ ଶ୍ରମିକ ମଙ୍ଗଳ ପାଣ୍ଠିରୁ ଦିଆଯାଉଥିବା ସହାୟତା ବନ୍ଦକରିବା, ଶ୍ରମିକ ମଙ୍ଗଳ ପାଣ୍ଠିରେ ଅନ୍ତର୍ଭୁକ୍ତ ହେବାପାଇଁ ୨ହଜାର କେରି ସଂଗ୍ରହ ମାନଦଣ୍ଡକୁ ଉଠାଇ ପୂର୍ବବତ ୧ହଜାର କେରି ସଂଗ୍ରହର ମାନଦଣ୍ଡ ରଖିବା, ସିଜିନାଲ କର୍ମଚାରୀ ଓ ୱାଚରମାନଙ୍କ ଦରମା ବୃଦ୍ଧିକରିବା, କେନ୍ଦୁପତ୍ର ବିକ୍ରିର ନୀତି ସଂଶୋଧନ କରିବା, ଫଡିଘର ଓ ରେଞ୍ଜଗୁଡିକ ଉଚ୍ଛେଦ ନକରିବା, କେନ୍ଦୁପତ୍ରରୁ ଜି.ଏସ.ଟି ପ୍ରତ୍ୟାହାର କରିବା ପ୍ରଭୃତି କେତେକ ମୌଳିକ ଦାବିନେଇ ଆଜି କର୍ମଚାରୀମାନେ ବୌଦ୍ଧ ରେଞ୍ଜ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଆସନ୍ତାକାଲି ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ । ଏସବୁ ଦାବି ପୂରଣ ନହେଲେ ଆସନ୍ତା ୧୧ ତାରିଖରେ ରାଜରାସ୍ତାକୁ ଓହ୍ଲାଇ ଏକ ବଡଧରଣର ଆନ୍ଦୋଳନ କରିବାକୁ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।