ବୌଦ୍ଧ– ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧର କଚେରୀ ପଡିଆ ଠାରେ ସିନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ ମହାନଦୀ ସ୍ପୋର୍ଟିଂ ବୌଦ୍ଧ ଓ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଖେଳର ପ୍ରଥମ ଇନିଂସରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ନିର୍ଦ୍ଧାରିତ ୪୦ ଓଭରରେ ୬ ୱିକେଟ ହରାଇ ୨୮୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସତ୍ୟଶ୍ରୀ ଦାସ ୧୦୩ ବଲ୍ରେ ୬୭ ରନ୍, ୪୫ ବଲ୍ରେ ୬୦ ରନ୍, ଭ୍ୟାଙ୍କଟେଶ ଭାଣ୍ଡେ ୪୨ ବଲ୍ରେ ୫୪ ରନ୍ କରିଥିଲେ । ମହାନଦୀ ଦଳର ଦୀପକ ଟୁଡୁ ୨୭ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ତନ୍ମୟ ମିଶ୍ର ୬୬ ରନ୍ ଦେଇ ୨ଟି ୱିକେଟ ନେଇଥିଲେ । ଏହାର ଜବାବରେ ମହାନଦୀ ସ୍ପୋର୍ଟିଂ ୨୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୧୪ ରନ୍ କରିପାରିଥିଲା । ଫଳରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ୧୬୯ ରନ୍ ବ୍ୟବଧାନରେ ବିଜୟ ଲାଭ କରିଛି । ମହାନଦୀ ସ୍ପୋର୍ଟିଂ ତରଫରୁ ଅଭୟନନ୍ଦ ଜାନୀ ୩୭ ରନ୍, ସହବ ଉଦ୍ଦିନ ୧୮ ରନ୍ କରିଥିଲେ । ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂର ମନୋଜ ନାୟକ ୬ଟି ଓ ରଜନୀଶ ୟାଦବ ୨ଟି ୱିକେଟ ନେଇଥିଲେ ।
ଆଜିର ଏହି ମ୍ୟାଚକୁ ଅମ୍ପାୟାର ଭାବେ ରଞ୍ଜିତ ରଞ୍ଜନ ଚାନ୍ଦ ଓ ବିଭୁତି ଭୂଷଣ ବେହେରା ପରିଚାଳନା କରିଥିଲେ । ସ୍କୋରର ଭାବେ ସାଇପ୍ରିୟ ଦାସ କାର୍ଯ୍ୟ ତୁଲାଇଥିଲେ ।