ଚେନ୍ନାଇ– ଗତ ମାସରେ ଫିଲ୍ମ ‘ଇଣ୍ଡିଆନ 2’ ସେଟରେ କ୍ରେନ ଦୁର୍ଘଟଣାର ତଦନ୍ତ ମାମଲାରେ ମଙ୍ଗଳବାର ଦିନ ଦକ୍ଷିଣ ଭାରତୀୟ ସୁପରଷ୍ଟାର କମଲ ହାସନଙ୍କ ସେଣ୍ଟ୍ରାଲ କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିସିବି) ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଶ୍ରୀ ହାସନ ତାଙ୍କ ଓକିଲଙ୍କ ସହ ପୋଲିସ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କ ଦଳର ଲୋକମାନେ ମଧ୍ୟ ତାଙ୍କ ସହ ରହିଥିଲେ। କ୍ରେନ୍ ଦୁର୍ଘଟଣା ସଂପର୍କରେ ଏହା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ଶଙ୍କର ମଧ୍ୟ ଗତ ସପ୍ତାହରେ ସିସିବି ସମ୍ମୁଖରେ ହାଜର ହୋଇ ଥିଲେ ଓ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ରେ କ୍ରେନ୍ ଅପରେଟରଙ୍କ ବିରୋଧରେ ଅବହେଳା ନେଇ ମାମଲା ରୁଜୁ କରାଯିବା ସବ ତାଙ୍କୁ ପଚରାଉଚରା କରାଯାଇଥିଲା।
ଉଲ୍ଲେଖନୀୟ ଯେ ଏହି ଦୁର୍ଘଟଣାରେ ଜଣେ ସହକାରୀ ନିର୍ଦ୍ଦେଶକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦଶ ଜଣ ଆହତ ହୋଇ ଥିଲେ ।
ଏହାକୁ ନେଇ ନଜରଥପେଟ୍ ପୋଲିସ ଏକ ମାମଲା ରୁଜୁ କରି ଜାଂଚ ଆରମ୍ଭ କରିଥିଲା । ପରେ ଏହି ମାମଲାର ତଦନ୍ତ ଭାର ସିସିବିକୁ ହସ୍ତାନ୍ତର କରାଯାଇଥିଲା। ଡେପୁଟି କମିଶନର ନାଗଜ୍ୟୋତିଙ୍କୁ ଏହି ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ।