
ଭୁବନ– ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ତପୋବନ ଉଚ୍ଚ ମାଧ୍ୟମିକ ସ୍କୁଲରେ ଗତ ଫେବୃୟାରୀ ୧୫ ତାରିଖ ଠାରୁ ଆୟୋଜିତ ହୋଇଥିବା ବାଳିକା ଆତ୍ମରକ୍ଷା ତାଲିମ ଶିବିର ସୋମବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅଶି୍ୱନୀ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତମାନ ସମାଜରେ ଦିନକୁ ଦିନ ଅସଦାଚରଣ ଓ ଦୁଷ୍କର୍ମ ମାମଲା ବଢି ଚାଲିଛି । ଅସାମାଜିକ ବ୍ୟକ୍ତି ମାନଙ୍କ କବଳରୁ ଉଦ୍ଧାର ପାଇବା ଓ ସେମାନଙ୍କୁ ପ୍ରତିହତ କରିବା ସକାଶେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଆନୁକୂଲ୍ୟରେ ଛାତ୍ରୀଙ୍କ ନିମନ୍ତେ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହେଉଅଛି । ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା ତାଲିମର ଉପାଦେୟତା ଓ ଆବଶ୍ୟକତା ସଂପର୍କରେ ସେ ମତବ୍ୟକ୍ତ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ତାଲିମ ଶିବିରର ସଂଯୋଜକ ତଥା ଶାରୀରିକ କ୍ରୀଡ଼ା ଶିକ୍ଷକ ଶିବ ରମଣ ଜେନା ଓ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଯୁଗଳ କିଶୋର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସ୍ମିତାରାଣୀ ପୃଷ୍ଟି ପ୍ରଶିକ୍ଷାର୍ଥୀ ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ଜୁଡୋ, କରାଟେ ଆତ୍ମରକ୍ଷା କୌଶଳ ସଂପର୍କରେ ତାଲିମ୍ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।