ଗଞ୍ଜାମ– ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୋଡ ଆଣ୍ଡ ବିଲ୍ଡିଂର ସର୍କଲ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଆଜି ଭୋରରୁ ଏହି ଚଢ଼ଉ ଜାରୀ ରହିଛି । ତାଙ୍କର ଗଞ୍ଜାମ ବ୍ଲକରେ ଥିବା ମାର୍କେଟ କମ୍ପେ୍ଲକ୍ସ ଓ ଖଲ୍ଲିକୋଟରେ ଥିବା ଫାର୍ମ ହାଉସ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ଥାବର ଅସ୍ଥାବର ସମ୍ପତି ଏବଂ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍ ୧୨ ଟି ସ୍ଥାନରେ ଚଢ଼ଉ ଜାରୀ ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।
ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ଅଦାଲତରେ ୱାରେଂଟ ଜରିଆରେ ଏହି ଚଢ଼ଉ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।
ମୁଖ୍ୟତଃ ଗଞ୍ଜାମରେ ଥିବା ଦୁଇଟି ଆବାସିକ ଘର ଓ ମାର୍କେଟ କମ୍ପେ୍ଲକ୍ସ, ଗଞ୍ଜାମରେ ଥିବା ପୈତୃକ ବାସଭବନ, ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ, ଖଲ୍ଲିକୋଟ ଡିମିରିଆ ଠାରେ ଥିବା ଫାର୍ମ ହାଉସ୍, ହିଲପାଟଣା ହରବିନ ସ୍କୁଲ ନିକଟରେ ଥିବା କୋଠା ଏବଂ ମାର୍କେଟ କମ୍ପେ୍ଲକ୍ସ, ଆମ୍ବପୁଆ ଠାରେ ଥିବା ନିର୍ମାଣାଧିନ କୋଠା, ପାଙ୍କଳପଲ୍ଲୀ ଠାରେ ଥିବା ନିର୍ମାଣାଧିନ କୋଠା ଏହିପରି ମୋଟ୍ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ସଂନ୍ଧ୍ୟା ସୁଦ୍ଧା ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।