ନୂଆଦିଲ୍ଲୀ – ଦିଲ୍ଲୀ ଦଙ୍ଗାରେ ପୋଲିସ ଉପରକୁ 8 ରାଉଣ୍ଡ ଗୁଳି ଚଳାଇଥିବା ଶାହରୁଖ ଫେରାର ହୋଇଯାଇଥିବା ବେଳେ ଏବେ ତାର ପୂରା ପରିବାର ମଧ୍ୟ ଫେରାର ହୋଇଯାଇଛି । ଆମ ଆଦମୀ ପାର୍ଟୀର ପାର୍ଷଦ ତାହିର ହୁସେନ ଓ ଏହି ଶୁଟର ଶାହରୁଖ ସହିତ ଏବେ ଦିଲ୍ଲୀ ପୋଲିସ ଶାହରୁଖର ପରିବାରର ଲୋକ ମାନଙ୍କୁ ମଧ୍ୟ ଖୋଜିବା ଆରମ୍ଭ କରି ଦେଇଛି । ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ନାମ ନ ପ୍ରକାଶିତ କରିବା ସର୍ତରେ କହିଛନ୍ତି ଯେ ଶାହରୁଖ ଘରୁ ଅନେକ ସନ୍ଦେହାସ୍ପଦ ସାମଗ୍ରୀ ମିଳିଛି ।
ଦିଲ୍ଲୀ ପୋଲିସ ଜଏଣ୍ଟ କମିଶନର ରାଙ୍କର ଜଣେ ଅଧିକାରୀ ନାମ ନ ପ୍ରକାଶିତ କରିବା ସର୍ତରେ କହିଛନ୍ତି ଯେ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ତାହିର ଓ ଶାହରୁଖର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ଥିଲା । ପୋଲିସ ବର୍ତମାନ ସୁଦ୍ଧା ସେମାନଙ୍କ ଘରୁ ପେଟ୍ରୋଲ ଓ ଡିଜେଲ କେନ ଜବତ କରି ସାରିଛି । ଏହା ପରେ ହଜାର ହଜାର ସଂଖ୍ୟାରେ ମରିଚ ପାଉଡର ପ୍ୟାକେଟ ଓ 20 କିଲୋ କଣ୍ଟା, ପେଟ୍ରୋଲ ବୋମା ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଛି ।