ଜାମ୍ମୁ, – ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ଦେଶ୍ୟରେ ପାକିସ୍ତାନ କ୍ରମାଗତ ଭାବେ ଜାମ୍ମୁ କାଶ୍ମୀରର ପୁଂଛ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଗୁଳି ଚାଳନା କରୁଛି । ଅପର ପକ୍ଷରେ ଭାରତୀୟ ସୈନିକ ମାନେ ମଧ୍ୟ ପାକିସ୍ତାନର ଗୁଳି ଚାଳନାର ପାଲଟା ଜବାବ ଦେଉଛନ୍ତି ।
ମଙ୍ଗଳବାର ଦିନ ସକାଳୁ ପାକିସ୍ତାନୀ ସେନା ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସୈନିକ ମାନେ ତାର ଉଚିତ ଜବାବ ଦେଇଛନ୍ତି । ଏହି ଗୁଳି ବିନିମୟରେ କୌଣସି କ୍ଷୟକ୍ଷତି ହୋଇଥିବାର କୌଣସି ସୂଚନା ମିଳି ନାହିଁ ।
ମିଳିଥିବା ସୂଚନାନୁସାରେ, ମଙ୍ଗଳବାର ସକାଳେ ପାକିସ୍ତାନୀ ସେନାର ଜବାନ ମାନେ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଥିବା ମେଣ୍ଡର ଏବଂ ମାନକୋଟ ସେକ୍ଟରରେ ପ୍ରବଳ ଫାଇରିଂଗ କରିଥିଲେ । ଏହି ସମୟ ମଧ୍ୟରେ ପାକିସ୍ତାନୀ ସେନା ମଧ୍ୟ ଏହି ସେକ୍ଟରରେ ଅବସ୍ଥିତ ଭାରତୀୟ ପୋଷ୍ଟ ଏବଂ ଆବାସିକ ଅଂଚଳକୁ ଟାର୍ଗେଟ କରି ମୋର୍ଟାର ସେଲ ଫିଙ୍ଗିଛି। ତେବେ ପାକିସ୍ତାନୀ ସେନା ଗୁଳି ଗୋଳାର ଜବାବରେ ଭାରତୀୟ ସୈନିକ ମାନେ ମଧ୍ୟ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ।
ନିୟନ୍ତ୍ରଣ ରେଖା ନିକଟରେ ଥିବା ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ପାକିସ୍ତାନ ଗୁଳି ଚଳାଇଥିବାରୁ ଏଠାରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ଏବଂ ସମସ୍ତେ ନିଜ ଜୀବନ ରକ୍ଷା କରିବାକୁ ବଙ୍କରରେ ଆଶ୍ରୟ ନେଇଥିବା ଜଣା ପଡିଛି ।