ଭୁବନେଶ୍ୱର – ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ରାଜ୍ୟ ସଂଗ୍ରହାଳୟ ଅ·ନକ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ, ବିଶେଷ କରି ପ୍ରତ୍ନତତ୍ୱ, ପୋଥି, ହାତୀଦାନ୍ତ, ଅସ୍ତ୍ରଶସ୍ତ୍ର ଓ ପାଇକ ଗ୍ୟାଲେରୀ ବୁଲି ଦେଖିବା ସହିତ ରାଜ୍ୟର ଐତିହ୍ୟ, ସଂସ୍କୃତି, ଗୌରବମୟ ପରମ୍ପରାର ନିଦର୍ଶନକୁ ସଂଗ୍ରହାଳୟରେ ବ୍ୟାପକ ଭାବରେ ପ୍ରଦର୍ଶିତ କରାଯାଇପାରିବ ବୋଲି ଉଲ୍ଲେଖ କରିଥିଲେ ।
ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ତଥା ଅନ୍ୟାନ୍ୟ କକ୍ଷଗୁଡ଼ିକର ପରିଚ୍ଛନ୍ନତା ଉପରେ ମନ୍ତ୍ରୀ ସନ୍ତୋଷ ପ୍ରକଟ କରିଥିଲେ ।
ସେ ସଂଗ୍ରହାଳୟର ପଦାଧିକାରୀ ଓ କର୍ମ·ରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଅସୁବିଧା ସଂପର୍କରେ ଅବହିତ ହୋଇଥିଲେ । ସଂଗ୍ରହାଳୟରେ କୁ୍ୟରେଟର ତଥା ଅନ୍ୟମାନଙ୍କ ଅନୁପସ୍ଥିତି ଅବଗତ ହେବା ସହିତ ମନ୍ତ୍ରୀ ବାୟୋମେଟ୍ରିr ମେସିନ୍ ଲଗାଇବାକୁ ପରାମର୍ଶ ଦେଇଥିଲେ । ସଂଗ୍ରହାଳୟରେ ଖାଲି ପଡ଼ିଥିବା କେତେକ ପଦବୀ ନେଇ ପଦକ୍ଷେପ ଗ୍ରହଣ ନିମନ୍ତେ ବି·ର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ସୂତ୍ରକୁ ଅଗ୍ରାଧିକାର ଦେଇ ସଂଗ୍ରହାଳୟର କର୍ମ·ରୀ ଓ ପଦାଧିକାରୀମାନେ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ପରିଦର୍ଶକମାନଙ୍କ ସୁବିଧା ଉପଲବ୍ଧି, ସେମାନଙ୍କ ପ୍ରତି ଯଥାର୍ଥ ବ୍ୟବହାର ଓ ଅଭ୍ୟର୍ଥନା, ଯଥୋଚିତ ସହାୟତା ଏବଂ ଦାପ୍ତରିକ କାର୍ଯ୍ୟରେ ଦକ୍ଷତା ତଥା ଅନ୍ୟାନ୍ୟ ସେବା ପ୍ରଦାନରେ ୫ “ଟି’ ସୂତ୍ର ଅନୁସରଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ବିଭିନ୍ନ ସୂଚନା ଦେଇଥିଲେ । ପରିଦର୍ଶନ ସମୟରେ କୁ୍ୟରେଟର ଭାରତୀ ପାଲ ଓ ଭାଗ୍ୟଲିପି ମଲ୍ଲ ମଧ୍ୟ ଉପସ୍ଥିତ ଥିଲେ ।