ସମ୍ବଲପୁର/ଭୁବନେଶ୍ୱର – ସମ୍ୱଲପୁର ସହରରେ ଜଣେ ଅଟୋ ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପରିବହନ ବିଭାଗ ୩୦ ହଜାର ୫ ଶହ ଟଙ୍କା ଚାଲାଣ କାଟିଛନ୍ତି ସହରର ଲକ୍ଷ୍ମୀ ଟକିଜ୍ ଛକରେ ପରିବହନ ବିଭାଗ ପକ୍ଷରୁ ଏହି ଚାଲାଣ କଟା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ଅଟୋର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନ ଥିବାରୁ ୫ ହଜାର ଟଙ୍କା, ଡିଏଲ ନ ଥିବାରୁ ୫ ହଜାର ଏବଂ ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କା ଜୋରିମାନା କରାଯାଇଛି ।