ଭୁବନେଶ୍ୱର – ଆସନ୍ତାକାଲି (ବୁଧବାର) ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରୀ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୪ ତାରିଖ ସକାଳ ଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ମୟୁରଭଂଜ , କେନ୍ଦୁଝର , ବାଲେଶ୍ୱର , କନ୍ଧମାଳ , ରାୟଗଡା , ବୌଦ୍ଧ,ସୁନ୍ଦରଗଡ , କଳାହାଣ୍ଡି , ଢେଙ୍କାନାଳ ଓ କଟକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂଜାରୀ କରାଯାଇଛି । ସେହିପରି ୫ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ କନ୍ଧମାଳ , ବଲାଙ୍ଗୀର, ସୋନପୁର , ବୌଦ୍ଧ ,ଅନୁଗୁଳ , ସୁନ୍ଦରଗଡ, ଢେଙ୍କାନାଳ , କେନ୍ଦୁଝର, ମୟୁରଭଂଜ , କଟକ, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ବଜ୍ରପାତ ସହ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବା ନେଇ ସତର୍କ ସୂଚନା ଜାରୀ କରାଯାଇଛି । ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ମଧ୍ୟ ବଜ୍ରପାତ ହେବାର ସମ୍ଭାବନା ରହିଛି ।
୭ ତାରିଖ ସକାଳ ପର୍ଯ୍ୟନ୍ତ କନ୍ଧମାଳ , ନୟାଗଡ , ଗଂଜାମ, ବୌଦ୍ଧ , କଟକ, ଖୋର୍ଦ୍ଧା. ଢେଙ୍କାନାଳ,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା , ମୟୁରଭଂଜ, ବାଲେଶ୍ୱର ,କେନ୍ଦୁଝର,ଓ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବୋହିପାରେ । ସେହିପରି ୮ ତାରିଖ ସକାଳ ସୁଦ୍ଧା ମୟୁରଭଂଜ , କେନ୍ଦୁଝର ,ଢେଙ୍କାନାଳ , କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି ।