ପାରାଦ୍ୱୀପ– ଫିଲିପାଇନ୍ସର ଏମ.ଟି. ଚେଲାରାର ଚୋଲ ନାମକ ଏକ ଯାହାଜ ସିଙ୍ଗାପୁରରୁ ଆମୋନିଆ ପଣ୍ୟ ଆଣି ପାରାଦ୍ୱୀପ ବନ୍ଦରରେ ପହଂଚିଥିବା ବେଳେ ପାରାଦ୍ୱିପ ବନ୍ଦର ପକ୍ଷରୁ କରୋନା ଭାଇରାସ ନିମନ୍ତେ ପ୍ରତିଶେଧକ ଚେକିଂ ହୋଇଥିଲା । ଏହି ଯାହାଜ କର୍ମଚାରୀଙ୍କ ଲକ୍ଷଣ ସନ୍ଦେହ ହେବାରୁ ପାରାଦ୍ୱୀପ ବନ୍ଦରର ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଟିମ୍ ସମ୍ପୃକ୍ତ ଯାହାଜକୁ ଯାଇ ଏହାର ଯାଂଚ୍ କରିଥିଲେ । ଯାହାଜରେ ଥିବା ଉକ୍ତ କର୍ମଚାରୀ ଏବଂ ତାଙ୍କ ସହଧର୍ମିଣୀଙ୍କ ଲକ୍ଷଣ ସନ୍ଦେହଘେରକୁ ଆସିବାରୁ ତାଙ୍କୁ ତୁରନ୍ତ ଆଇସୋଲେସନ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ (ଏସସିବି)କୁ ପଠାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦମ୍ପତି ଭାରତୀୟ ଏବଂ ଉତର ପ୍ରଦେଶ କାନପୁର ଅଂଚଳର ବୋଲି ସୂଚନା ମିଳିଛି ।