ବ୍ରହ୍ମପୁର/ ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ବିଭାଗର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ତଥା ଇତିହାସ ବିଭାଗର ମୁଖ୍ୟ ଡକ୍ଟର. ଦେବେନ୍ଦ୍ର କୁମାର ରଥଙ୍କ ପୌରହିତରେ ପାଠଚକ୍ର ହୋଇଥିଲା। ଏଥିରେ ଯୁକ୍ତତିନି ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଡକ୍ଟର ଗୁରୁମୁର୍ତି ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୁକ୍ତତିନିର ଇତିହାସ ବିଭାଗର ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ରୂପେ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପୋଲାଇ, ସାମ୍ବାଦିକ ଶିବରାମ ଚୌଧୁରୀ ମଞ୍ଚାସିନ ଥିଲେ। ଯୁକ୍ତଦୁଇର ଛାତ୍ରୀ ସୁଶ୍ରୀପ୍ରଣତି ଆଚାର୍ଯ୍ୟ +୨ କଳା ପ୍ରଥମ ବର୍ଷ ସନ୍ଦର୍ଭ ପାଠ କରିଥିଲେ। ରେନେସାଙ୍କ ଆଗମନ ଓ ଯୁଗର ପରିବର୍ତ୍ତନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏଥିରେ ରାଧାମୋହନ ଦାସ, ପ୍ରଶାନ୍ତ କୁମାର ମହାନ୍ତି ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ଶେଷରେ ସନ୍ତୋଷ କୁମାର ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।