ବାରିପଦା– ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ୨୦୨୦ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ସମୟରେ କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ମାର୍ଚ୍ଚ ୪ ତାରିଖ ବୁଧବାର ଠାରୁ ଆରମ୍ଭ ହେବ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ ନେଇ ଗଠିତ ଉତର ଓଡ଼ିଶା ଜୋନରେ ଚଳିତ ବର୍ଷ ମୋଟ୍ ୬୬,୭୦୯ ଛାତ୍ରଛାତ୍ରୀ +୨ ପରୀକ୍ଷାରେ ବସିବେ । ଏଥି ନିମନ୍ତେ ଜୋନ୍ ଅଧୀନରେ ଥିବା ୩୦୨ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ୨୨୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପରୀକ୍ଷାକୁ ଅବାଧ ଓ କପି ମୁକ୍ତ କରିବା ନିମନ୍ତେ ସ୍ୱତନ୍ତ୍ର ଭାବେ ରୋଡ଼ମ୍ୟାପ୍ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଜୋନରେ ଥିବା ସମସ୍ତ ୨୨୩ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବାରିପଦା ଉତର ଶାଖାର ଉପ-ସଚିବ ଜୟଦେବ ପ୍ରମାଣିକଙ୍କ ସୂତ୍ରରୁ ଜଣାପଡ଼ିଛି ।
ଚଳିତ ବର୍ଷ ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହୋଇ ୨୮ରେ ଶେଷ ହେବ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର କଳା ବିଭାଗରେ ସର୍ବାଧିକ ୪୧,୫୬୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଥିବା ବେଳେ ବିଜ୍ଞାନରେ ୧୭,୬୨୯, ବାଣିଜ୍ୟରେ ୪,୪୭୬ ଓ ଧନ୍ଦାମୂଳକ ଶିକ୍ଷାରେ ସର୍ବନିମ୍ନ ୧,୪୭୨ ଏହିପରି ମୋଟ୍ ୬୬,୭୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ପରିଚାଳନା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ମୟୂରଭଞ୍ଜରେ ୯, ବାଲେଶ୍ୱରରେ ୧୧, ଭଦ୍ରଖରେ ୫ ଓ କେଉଁଝର ଜିଲ୍ଲାରେ ୮ଟି ଏହିପରି ମୋଟ ୩୩ଟି ହବ୍ ସେଂଟର ଖୋଲାଯାଇ ସିସିଟିଭି ମାଧ୍ୟମରେ ୨୪ ଘଂଟା ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ବିଜ୍ଞାନ ପରୀକ୍ଷା ଆରମ୍ଭ ନିମନ୍ତେ ଜୋନ୍ ଅଧୀନରେ ରହିଥିବା ୨୨୩ଟି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଥିଓରୀ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ହବ୍ ସେଂଟରଗୁଡ଼ିକରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଁଚି ସାରିଛି । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ମାର୍ଚ୍ଚ ୧୧ରେ ପଠାଯିବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ପରୀକ୍ଷାରେ କପି ରୋକିବା ପାଇଁ ଜୋନାଲସ୍ତରରେ ୩ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ସେଂଟର ସ୍କ୍ୱାର୍ଡ, ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଏବଂ ଡିଏଲସି ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି । ସ୍କ୍ୱାଡର଼୍ଙ୍କ ବ୍ୟତୀତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଜଣେ ଲେଖାଏଁ ଅବଜରର୍ଭର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୩ ଘଂଟା ରହି ପରୀକ୍ଷା ପରିଚାଳନା କରିବେ । ପରୀକ୍ଷା କେନ୍ଦ୍ର ଗୁଡିକରେ ମୋବାଇଲ ଫୋନ ଓ ବୈଦୁ୍ୟତିକ ଉପକରଣର ବ୍ୟବହାର ଉପରେ କଟକଣା ଲଗାଯାଇଛି । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ନିକଟରେ ଥିବା ମୋବାଇଲ ଫୋନକୁ ସେଂଟର ସୁପରିଟେଣ୍ଡେଂଟଙ୍କ ନିକଟରେ ଜମା ଦେବା ନିମନ୍ତେ କଡ଼ା ନିୟମ କରାଯାଇଛି । ପରୀକ୍ଷା ପୂର୍ବାହ୍ନ ୧୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁÂିତ ହେବ । ପରୀକ୍ଷାର୍ଥୀମାନେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଉପରେ କୌଣସି ଚିହ୍ନ ନଦେବା ନିମନ୍ତେ ପରାମର୍ଶ ଦିଆଯାଇଛି । ଯଦି କୌଣସି ପରୀକ୍ଷାର୍ଥୀ ଏହାକୁ ଅବମାନନା କରନ୍ତି ତେବେ ସମ୍ପୃକ୍ତ ପରିକ୍ଷାର୍ଥୀ କପି କରୁଥିବାର ବିବେଚନା କରାଯିବ । ପରୀକ୍ଷା ଶେଷ ହେବା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଛାଡ଼ିବାକୁ ଚାହୁଁଥିଲେ ପ୍ରଶ୍ନପତ୍ରକୁ ସାଥୀରେ ନେଇପାରିବେ ନାହିଁ । ପରୀକ୍ଷାରେ ପ୍ରଶ୍ନପତ୍ର ସାଢେ଼ ୯ଟାରେ ସେଂଟର ସୁପାରିଟେଣ୍ଡେଂଟ, ଡେପୁଟୀ ସୁପାରିଟେଣ୍ଡେଂଟ ଓ ହବ୍ ଅବଜର୍ଭରଙ୍କ ସମ୍ମୁଖରେ ଖୋଲାଯିବା ପରେ ରୁମ ଅନୁସାରେ ଭାଗ କରାଯାଇ ସିଲଡ଼ ଲଫାପାରେ ପ୍ରତ୍ୟେକ ରୁମରେ ପହଁଚାଇ ଦିଆଯିବ । ୧୦ଟା ସମୟରେ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ ଓ ବଳକା ହେଲେ ତାହାକୁ ସିଲ୍ କରି ରଖାଯିବ । ସାଢେ଼ ୧୦ଟା ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ ବୋଲି ନିୟମ କରାଯାଇଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଉତର ଶାଖାର ଉପ-ସଚିବ ଶ୍ରୀ ପ୍ରମାଣିକଙ୍କ ସୂଚନା ଅନୁସାରେ, ଉତର ଓଡ଼ିଶା ଜୋନାଲରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଜ୍ଞାନ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ୯୬ ମହାବିଦ୍ୟାଳୟଗୁଡ଼ିକରୁ ୭୭ଟି ପରୀକ୍ଷା କେନ୍ଦ୍ରରେ ୫,୩୪୨ ଜଣ ଛାତ୍ରଛାତ୍ରୀ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷା ଦେବାକୁ ଯାଉଥିବା ବେଳେ କଳାରେ ରେଗୁଲାର ଓ ଏକ୍ସ ରେଗୁଲାର ୧୩,୩୧୩ ଜଣ ଛାତ୍ରଛାତ୍ରୀଙ୍କ ସହିତ କରସ୍ପଣ୍ଡେନ୍ସ କୋର୍ସରେ ୮୧୬ ଜଣ, ବାଣିଜ୍ୟରେ ୯୫୨ ଜଣ ପରିକ୍ଷାର୍ଥୀଙ୍କ ସହିତ କରସ୍ପଣ୍ଡେନ୍ସ କୋର୍ସରେ ୭ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫୫୯ ଜଣ ଏହିପରି ମୋଟ ୨୦, ୯୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ବିଜ୍ଞାନରେ ବାଲେଶ୍ୱର ଜିଲ୍ଲାର ୧୦୨ ମହାବିଦ୍ୟାଳୟଗୁଡ଼ିକରୁ ୬୭ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୬,୬୫୭ ଜଣ ଛାତ୍ରଛାତ୍ରୀ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାରେ ଦେବାକୁ ଯାଉଥିବା ବେଳେ କଳାରେ ୧୨,୫୪୧ ଜଣଙ୍କ ସହ କରସ୍ପଣ୍ଡେନ୍ସ କୋର୍ସରେ ୩୧୭, ବାଣିଜ୍ୟରେ ୧,୨୭୧ ପରିକ୍ଷାର୍ଥୀଙ୍କ ସହିତ କରସ୍ପଣ୍ଡେନ୍ସ କୋର୍ସରେ ଜଣେ ଓ ଧନ୍ଦାମୂଳକ ଶିକ୍ଷାରେ ୩୨୬ ଜଣ ଏହିପରି ମୋଟ୍ ୨୧,୧୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ବ୍ୟତୀତ ବିଜ୍ଞାନରେ ଭଦ୍ରକ ଜିଲ୍ଲାର ୪୯ଟି ମହାବିଦ୍ୟାଳୟରୁ ୩୫ଟି ପରୀକ୍ଷା କେନ୍ଦ୍ରରେ ୨,୬୭୬ ଜଣ ଛାତ୍ରଛାତ୍ରୀ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷା ଦେବାକୁ ଯାଉଥିବା ବେଳେ କଳାରେ ୭,୭୯୮ ଛାତ୍ରଛାତ୍ରୀଙ୍କ ସହ କରସ୍ପଣ୍ଡେନ୍ସ କୋର୍ସରେ ୯୩ ଜଣ ପରିକ୍ଷାର୍ଥୀ, ବାଣିଜ୍ୟରେ ୧,୪୨୪ ଓ ଧନ୍ଦାମୂଳକ ଶିକ୍ଷାରେ ୨୨୮ ଜଣ ଏହିପରି ମୋଟ ୧୨,୨୧୯ ଜଣ ଛାତ୍ରଛାତ୍ରୀ । ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲାର ୫୫ ମହାବିଦ୍ୟାଳୟଗୁଡ଼ିକରୁ ୪୪ଟି ପରୀକ୍ଷା କେନ୍ଦ୍ରରେ ୨,୯୫୪ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାରେ ଦେବାକୁ ଯାଉଥିବା ବେଳେ କଳାରେ ୭,୯୦୮ ପରିକ୍ଷାର୍ଥୀଙ୍କ ସହ କରସ୍ପଣ୍ଡେନ୍ସ କୋର୍ସରେ ୩୩୧ ଜଣ, ବାଣିଜ୍ୟରେ ୮୨୯ ପରିକ୍ଷାର୍ଥୀଙ୍କ ସହ କରସ୍ପଣ୍ଡେନ୍ସ କୋର୍ସରେ ୭ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୩୫୯ ଜଣ ଏହିପରି ମୋଟ୍ ୧୨,୩୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଗତ ୨୦୧୯ ଶିକ୍ଷା ବର୍ଷର ପରୀକ୍ଷା ପରିଚାଳନା ସମୟରେ ଦେଖାଦେଇଥିବା ସମସ୍ୟା ଉପରେ ଉପ-ସଚିବ ଶ୍ରୀ ପ୍ରମାଣିକ ନିଜ ପ୍ରତିକ୍ରିୟାରେ କହିଥିଲେ, ଗତ ବର୍ଷ ବାଲେଶ୍ୱର ଜିଲ୍ଲାର କମର୍ଦ୍ଧା ଏସଏନଆଇଟି ହାୟାର ସେକେଣ୍ଡାରୀ ସ୍କୁଲ ବ୍ୟତୀତ ଅନ୍ୟ କୌଣସି ଠାରେ ସମସ୍ୟା ଦେଖାଯାଇନଥିଲା । ସେଠାକୁ ଯାଇଥିବା ସ୍କ୍ୱାଡର଼୍କୁ କିଛି ଲୋକ ଘେରାଉ କରି ରଖିଥିଲେ । ଖବର ପାଇ ପୁଲିସ ପହଁଚି ସ୍ୱାଡର଼୍ ଟିମକୁ ଉଦ୍ଧାର କରିଥିଲେ । ଏହି ପ୍ରକାରର ଘଟଣା ଯେପରି ପୁନଃଆବୃତି ନ ଘଟେ ସେଥି ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଥିଲେ । ତେବେ ୨୦୨୦ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁÂିତ ବୋଡର଼୍ ପରୀକ୍ଷାରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ଭଙ୍ଗାଭଙ୍ଗି କରାଯାଇଥିବାର ଜଣାପଡ଼ିଥିବା ସମୟରେ ଚଳିତ +୨ ପରୀକ୍ଷାରେ କ’ଣ ହେବ ତାହା କେବଳ ସମୟ ହିଁ କହିବ ।