
-
ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଲେ ଚିଠି
ରାୟପୁର– ଛତିଶଗଡରେ ଲଗାତାର ପଂଚମ ଦିନ ମଧ୍ୟ ଇନକମ ଟ୍ୟାକ୍ସ ଅଧିକାରୀ ମାନେ ସେମାନଙ୍କର ଚଢାଉ ଜାରୀ ରଖିଛନ୍ତି । ଛତିଶଗଡରେ ଆୟକର ବିଭାଗର ଚଢାଉ ପରେ ଆଜି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।
ଶ୍ରୀ ବାଘେଲ ଏହି ପତ୍ରକୁ ସୋସିଆଲ ମିଡିଆରେ ସେୟାର କରି ଛତିଶଗଡରେ ଆୟକର ବିଭାଗର ଚଢାଉକୁ ସଂଘୀୟ ଢାଂଚା ପ୍ରତି କ୍ଷତି ପହଞ୍ଚାଇଛି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମର ପୂର୍ବପୁରୁଷମାନେ ସମ୍ବିଧାନରେ ସଂଘୀୟ ଢାଂଚା ଗଠନର ଏକ ସୁଚିନ୍ତିତ ବ୍ୟବସ୍ଥା କରିଥିଲେ | ଆପଣ ଏହାକୁ ମୁଖ୍ୟମନ୍ତ୍ରୀ ଭାବରେ ବାରମ୍ବାର ଉଲ୍ଲେଖ କରିଥିଲେ । ଛତିଶଗଡରେ କେତେକ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସଂଘୀୟ ଢାଂଚା ବ୍ୟବସ୍ଥାକୁ ଆଘାତ କରିବା ଭଳି କାମ କରିଛନ୍ତି ।
ସେ ଏହି ପତ୍ରରେ ଲେଖି ଛନ୍ତି ଯେ ଗତ ଚାରି ଦିନ ଧରି ଛତିଶଗଡରେ ଚାଲିଥିବା ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଆପଣଙ୍କ ନିକଟରେ ସୂଚନା ଥିବ । କେନ୍ଦ୍ରୀୟ ଆୟକର ବିଭାଗର ଏହି କାମକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବର୍ଣ୍ଣନା କରିଛନ୍ତି।