ଭଦ୍ରକ – ପୁଲିସ୍ କିପରି ସାଧାରଣ ଜନତାଙ୍କ ନିକଟତର ହୋଇ ବନ୍ଧୁଭାବ ପ୍ରଦର୍ଶନ କରିବେ, ସେଥିନେଇ ରାଜ୍ୟ ସରକାର ଏହି ବିଭାଗରେ ବହୁ ସଂସ୍କାର ଆଣିବା ସହ ପଦକ୍ଷେପମାନ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିନେଇ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗୁଡିକ ସଂପର୍କରେ ଏବେ ଜିଲାର ଥାନାଧିକାରୀମାନଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଅବଗତ କରାଇଛନ୍ତି। ଜିଲା ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ଜିଲାର ସମସ୍ତ ଥାନାଧିକାରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆସିଥିବା ନିଦ୍ର୍ଧେଶ ମୁତାବକ ଆଗାମୀ ଦିନରେ ଏହି ବିଭାଗ ପକ୍ଷରୁ ସିଧାସଳଖ ଅଭିେଯାଗକାରୀଙ୍କ ସହ ବାର୍ା ଓ ଫୋନ୍ କଲ୍ ମାଧ୍ଯମରେ ସଂପୃକ୍ତ ଥାନା ଓ ଥାନାଧିକାରୀ ଓ କର୍ମଚାରୀମାନଙ୍କ ବିଷୟରେ ଅବଗତ ହୋଇପାରିବେ, ତାହା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ କୈଳାସ ଚନ୍ଦ୍ର ପରିଡା ଓ ବିକାଶ ଦାସ, ଏସ୍ଡିପିଓ ଜଳନ୍ଧର ଜାଲି ଓ ମନୋରଂଜନ ସାମଲ ପ୍ରମୁଖ େଯାଗଦେଇ ଥାନାକୁ ଅଭିେଯାଗ ନେଇ ଆସୁଥିବା ସାଧାରଣ ଜନତାଙ୍କୁ ପୁଲିସ୍ ପକ୍ଷରୁ କିଭଳି ଉମ ବ୍ୟବହାର କରାଯିବ, ସେଥିନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ପ୍ରତିଟି ଅଭିେଯାଗକୁ ପଂଜିକରଣ କରି କେଉଁ ଅଧିକାରୀ ତାହାକୁ ରଖôବେ ଓ କିଏ ତଦନ୍ତ କରିବ ସେମାନଙ୍କ ମୋବାଇଲ୍ ନଂ ସହ ଅଭିେଯାଗକାରୀଙ୍କୁ ମେସେଜ୍ େଯାଗେ ସୂଚନା ଦିଆଯିବ ବୋଲି ସେ ସୂଚନା ଦେବା ସହ ଏଥିପାଇଁ ସ୍ବତନ୍ର ରେଜିଷ୍ଟର ରଖାଯିବାର କହିଥିଲେ। ଏତଦ୍ବ୍ୟତୀତ ଅଭିେଯାଗକାରୀଙ୍କ ନମ୍ବରକୁ ଗୃହ ବିଭାଗ ପକ୍ଷରୁ ଫୋନ୍ କଲ୍ ଆସିବ ଓ ଥାନାରେ ଅଭିେଯାଗ ଦେବାକୁ ଯିବା ସମୟରେ କେଉଁଭଳି ବ୍ୟବହାର ପାଇଲେ ଓ କେତେ ସମୟ ମଧ୍ଯରେ ତାଙ୍କ ଅଭିେଯାଗକୁ ଗ୍ରହଣ କରାଗଲା ଏବଂ ସର୍ବୋପରି ପରବର୍ୀ ପଦକ୍ଷେପ କଣ ନିଆଯାଇଛି, ତାହାର ମତାମତ ସଂଗ୍ରହ କରାଯିବ। ଯାହା ସଂପୃକ୍ତ ଥାନାର ଥାନାଧିକାରୀ ଓ ପୁଲିସ୍ ଅଧିକାରୀମାନଙ୍କ ସିସିଆର ସଦୃଶ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ଅବଗତ କରାଇଥିଲେ।
Related Stories
November 23, 2024