ନୂଆଦିଲ୍ଲୀ। ଦିଲ୍ଲୀ ଓ ତେଲଙ୍ଗାନାରେ ଜଣେ –ଜଣେ କରୋନା ଭାଇରସ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆ ଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ଯେ ଉଭୟ ରୋଗୀ ବିଦେଶ ଯାତ୍ରାରୁ ଫେରିଥିଲେ । ଦିଲ୍ଲୀରେ କରୋନା ଭାଇରସରେ ପୀଡିତ ବ୍ୟକ୍ତି ଇଟାଲୀରୁ ଫେରି ଥିବା ବେଳେ ତେଲେଙ୍ଗାନାର ରୋଗୀ ଜଣଙ୍କ ଦୁବାଇରୁ ଫେରିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣା ପଡିଛି । ସେମାନଙ୍କୁ ଚିକିତ୍ସୀୟ ଦେଖାଶୁଣାରେ ରଖାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହା ଯାଇଛି ।