ନୂଆଦିଲ୍ଲୀ-ଦିଲ୍ଲୀରେ ଘଟିଥିବା ହିଂସା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଗା ମାର୍ଚ୍ଚ 4 ତାରିଖରେ ରେ ସୁପ୍ରିମକୋର୍ଟ କରାଯାଇଥିବା ଏ ସମ୍ପର୍କିତ ଆବେଦନର ଶୁଣାଣୀ ହେବ ।
ଆଜି ଆବେଦନକାରୀ ହର୍ଷ ମନ୍ଦର ଏହି ମାମଲାର ଶୀଘ୍ର ଶୁଣାଣୀ ପାଇଁ ଦାବି କରିଥିଲେ । ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ କହିଥିଲେ ଯେ ଯେ ଆମେ ଏଭଳି ମାମଲା ବନ୍ଦ କରିପାରିବୁ ନାହିଁ। ଏହା ପରର ପରିସ୍ଥିତି ଉପରେ କୋର୍ଟ ଡିଲ କରି ପାରିବ । ପ୍ରଧାନ ବିଚାରପତି କହିଥି୍ଲେ ଯେ ଯେ ଆମେ ଶାନ୍ତି ସ୍ଥାପିତ ହେବା ପାଇଁ ଆଶା କରୁଛୁ କିନ୍ତୁ କୋର୍ଟର କ୍ଷମତା ସୀମିତ ଅଟେ।
ବିଜେପି ନେତା କପିଲ ମିଶ୍ର, ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ବିରୋଧରେ ଏହି ଆବେଦନ ଦାଖଲ କରାଯାଇଛି। ଏହି ତିନିଜଣଙ୍କ ବିରୋଧରେ ଖୁବ୍ ଶୀଘ୍ର ଏଫ୍ଆଇଆର୍ ପଞ୍ଜିକରଣ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି ଯେ ହାଇକୋର୍ଟ ଏହି ମାମଲାର ଶୁଣାଣି ସ୍ଥଗିତ ରଖିବା ଭୁଲ ।