ନୂଆଦିଲ୍ଲୀ – ଦିଲ୍ଲୀ ହିଂସାରେ ମୃତ୍ୟୁବରଣ କରିଥିବା ଆଇବି କନଷ୍ଟେବଳ ଅଙ୍କିତ ଶର୍ମାଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଦିଲ୍ଲୀ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହା ବ୍ୟତୀତ ତାଙ୍କ
ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବା ନେଇ ଘୋଷଣା କରାଯାଇଛି ।
ଏହା ପୂର୍ବରୁ ଦିଲ୍ଲୀ ସରକାର ଦିଲ୍ଲୀ ପୋଲିସ୍ର ହେଡ କନଷ୍ଟେବଳ ରତନ ଲାଲଙ୍କ ପରିବାରଙ୍କୁ ମଧ୍ୟ ଏକ କୋଟି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକରି ଦେବା ନେଇ ଘୋଷଣା କରିଥିଲେ ।
ଉଲ୍ଲେଖନୀୟ ଯେ ଦିଲ୍ଲୀ ହିଂସାରେ ଆଇବି କନଷ୍ଟେବଳ ଅଙ୍କିତ ଶର୍ମାଙ୍କ ଶବ ଚାନ୍ଦ ବାଗର ଏକ ନାଳରୁ ଉଦ୍ଧାର ହୋଇଥିଲା ।