ଭୁବନେଶ୍ୱର – ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମ୍ୟବାଦୀ ଜନନେତା ଶ୍ରୀ ବୈଦ୍ୟନାଥ ରଥଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କରିଥିଲେ । କମୁ୍ୟନିଷ୍ଟ ପାର୍ଟିର ପ୍ରଥମ ବିଧାୟକ ୧୯୫୦ ମସିହାର ରାଜ୍ୟସଭା ସଦସ୍ୟ, ଐତିହ୍ୟ ପଟିଆବନ୍ଧ ବିନ୍ଧାଣୀ ସ୍ୱାଧୀନତା ସଂଗ୍ରାମୀ ଜୀବନରେ ସାଢେ଼ ତିନିବର୍ଷ ଜେଲ ବରଣ, ଶହୀଦ ବାଜିରାଉତଙ୍କ ସହିତ ଅନ୍ୟ ୪ଜଣ ଶହୀଦଙ୍କ ଶବକୁ କଟକ ମେଡ଼ିକାଲରୁ ଖାନନଗର ମଶାଣୀକୁ ଆଣିବା ପାଇଁ ଯେଉଁ ପାଂଚଜଣ ବ୍ୟକ୍ତିଥିଲେ ସେମାନଙ୍କ ମଧ୍ୟରେ ବୈଦ୍ୟନାଥ ରଥ ଥିଲେ ଅନ୍ୟତମ । ସ୍ୱର୍ଗତ ବିଶ୍ୱନାଥ ପଶାୟତ, ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ସ୍ୱର୍ଗତ ଅନନ୍ତ ଚରଣ ପଟ୍ଟନାୟକ, ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ ଅଣ୍ଡର ଗ୍ରାଉଣ୍ଡ ଜୀବନ ଅତିବାହିତ କରିବା, ଦେଶପାଇଁ ଜେଲ୍ ବରଣ କରିଥିଲେ, ତ୍ୟାଗ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ଭତାକୁ । ବାରଙ୍ଗ ଦୁର୍ଗା ଗ୍ଲାସ ଫ୍ୟାକ୍ଟି୍ର, ବ୍ରଜରାଜନଗର କାଗଜକଳର ଶ୍ରମିକ ନେତା ଏବଂ କଟକ ଖପୁରିଆ ପ୍ରେସ୍ କର୍ମଚାରୀଙ୍କ ନେତା, ବାରଙ୍ଗ ଦୁର୍ଗା ଗ୍ଲାସ ଫ୍ୟାକ୍ଟି୍ରର ଶ୍ରମିକମାନେ ମୁଣ୍ଡରେ ବସିଥିବାବେଳେ ନିଜ ପୁଅ ମାଟି ତଳକୁ ଯାଇଥିଲେ । ଏହା ଥିଲା ତାଙ୍କ ଜୀବନର ଇତିହାସ । ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏପରି ଲୋକ ବିରଳ । ଭତା ନେଇ ନାହାଁନ୍ତି । ସେ ଥିଲେ ରୋକଠୋକ କଥାବାର୍ତା, ସଚ୍ଚୋଟ, ନୀତିବାନ ଏବଂ ନୀତି ଆଦର୍ଶରେ ଜୀବନ ଅତିବାହିତ କରିବା । କାହାକୁ ଡରିବାର ନାହିଁ, ଯାହା କହିବେ ମୁହେଁ ମୁହେଁ କହିବେ । ଏପରି ଲୋକ ଅତି ବିରଳ ।
ସ୍ୱର୍ଗତ ରଥଙ୍କର ପୁସ୍ତକ ଉନ୍ମୋଚନ ଉତ୍ସବରେ ତାଙ୍କ ସାନପୁଅ ଜିତେନ୍ଦ୍ର ନାଥ ରଥ, ଲେଖକ, ଅନୁବାଦକ, ସଂଗ୍ରାହକ ଶ୍ରୀ ନୃସିଂହ ଚରଣ ସାହୁ, ଜୀବନୀ ପୁସ୍ତକର ଲେଖକ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଓ ପଟିଆ ବନ୍ଧ ସ୍ମୃତି କମିଟିର ସଭାପତି ଅଭୟ ଜେନା ଉପସ୍ଥିତ ଥିଲେ ।