
ନୂଆଦିଲ୍ଲୀ – ସୋମବାର ଦିନ ଦିଲ୍ଲୀ ଦଙ୍ଗାକୁ ନେଇ ଲୋକସଭା ସଦନରେ ଶାସକ ଦଳ ଏବଂ କଂଗ୍ରେସ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି । ଏଥିପାଇଁ ଗୃହର କାର୍ଯ୍ୟକ୍ରମ ପ୍ରଥମେ ତିନିଟା ପର୍ଯ୍ୟନ୍ତ ଏବଂ ତା’ପରେ ·ରିଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।
ମଧ୍ୟାହ୍ନ ଭୋଜନ ବିରତି ପରେ ଗୃହର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ । ବିରୋଧୀ ସଦସ୍ୟମାନେ କଳା ବ୍ୟାନର ଧରି ପ୍ରତିବାଦ ଜଣାଇଥିଲେ । ଉତେଜନା ସତ୍ୱେ ବାଚସ୍ପତି ଓମ ବିର୍ଲା ଗୃହର କାର୍ଯ୍ୟକ୍ରମ ଜାରି ରଖିଥିଲେ । ଭାରତୀୟ ଜନତା ପାର୍ଟି (ବିଜେପି) ସଦସ୍ୟମାନେ ମଧ୍ୟ କଂଗ୍ରେସ ସଦସ୍ୟଙ୍କ ବିରୋଧର ଜବାବ ଦେବାକୁ ଆଗେଇ ଆସିଥିଲେ । ଫଳରେ ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ହାତିହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଗୃହର କାର୍ଯ୍ୟ ୪ ଟାରେ ଆରମ୍ଭ ହୋଇଥିବା ବେଳେ ପୁଣି ଅଧଘଂଟା ପରେ ବନ୍ଦ ହୋଇଯାଇଥିଲା ।